ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍‌ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ  ଏକ କମ୍ପାନୀର ଟ୍ରେଲର ଧକ୍କାଦେବାରୁ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କେସିଙ୍ଗାସ୍ଥିତ ବଗାଡ଼ର ଦନାର ମାଝିଙ୍କ ଝିଅ ସରିତା(୮)। ଏ ନେଇ ସ୍ଥାନୀୟ ଲୋକେ ଟ୍ରେଲରକୁ ଅଟକ ରଖିବା ସହ ରାଜପଥ ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡି, ବଲାଙ୍ଗୀର, ଭବାନୀପାଟଣାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବରପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛିି। ଏନ୍‌ଏସି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଦେଇଥିବା ବେଳେ  କମ୍ପାନୀର କୌଣସି କର୍ତ୍ତୃପକ୍ଷ ପହଞ୍ଚି ନ ଥିବା ଜଣାପଡ଼ିଛି।