ବେଗ ରୋକିପାରୁନି ଇଣ୍ଟରସେପ୍ଟର:ରାଜପଥରେ ବଢ଼ୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୨।୯

ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବଅଁରପାଳ ଛକରୁ ବଡ଼କେରା ଓ ତୁବେ ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଠିକଣା ବ୍ୟବସ୍ଥା କରାଯାଉ ନ ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହେଉଛି। ପୋଲିସ ପାଟ୍ରୋଲିଂ ଓ ଚେକ୍‌ପୋଷ୍ଟର ବ୍ୟବସ୍ଥା ଠିକ୍‌ କରାଯାଉ ନ ଥିବା, ଏପରି କି ଇଣ୍ଟରସେପ୍ଟର ଥିଲେ ମଧ୍ୟ ଗାଡ଼ିର ବେଗ ନିୟନ୍ତ୍ରଣ କରିପାରୁ ନ ଥିବାରୁ ବେପରୁଆ ଗାଡ଼ି ଚାଳନା ଲୋକଙ୍କ ଜୀବନ ନେଉଥିବା ଚର୍ଚ୍ଚା ହେଉଛି।
ବଅଁରପାଳ ଛକରୁ ବଡ଼କେରା ଓ ତୁବେ ପର୍ଯ୍ୟନ୍ତ ରାସ୍ତା ଏବେ ବିପଦ ଶଙ୍କୁଳ ହୋଇପଡ଼ିଛି। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଏପରି କି ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରହିଥିବା ଇଣ୍ଟରସେପ୍ଟର ଠିକ୍‌ ଢଙ୍ଗରେ କାମ କରୁନାହିଁ। ସେହିପରି ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ବଜାର ଓ ଛକମାନଙ୍କରେ ସ୍ପିଡ୍‌ ବ୍ରେକର ନିର୍ମାଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ହେଭି ଭେଇକିଲ୍‌ ଗୁଡ଼ିକ ବେପରୁଆ ଭାବେ ଚଳାଚଳ କରୁଛି। ପ୍ରତିଦିନ ଦୁର୍ଘଟଣା ଯୋଗୁ ରାସ୍ତା ଜାମ ରହୁଛି। ଗତ ବର୍ଷକ ଭିତରେ ବଅଁରପାଳ ଛକରୁ ବଡ଼କେରା ଓ ତୁବେ ରାସ୍ତାରେ ଦୁର୍ଘଟଣା ଘଟି ଶତାଧିକ ଲୋକ ଆହତ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନାଲକୋ, ଅନୁଗୋଳ, ବନ୍ତଳା ଓ ଜରପଡ଼ା ଥାନା ଅଧୀନରେ ଥିବା ରାସ୍ତାରେ ସର୍ବାଧିକ ଲୋକଙ୍କ ଦୁର୍ଘଟଣାରେ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେଣୁ ବଅଁରପାଳ ଛକରୁ ବଡ଼କେରା ଓ ତୁବେ ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ କରିବା, ଏ ସମ୍ପର୍କିତ ସୂଚନା ଫଳକ ଲଗାଇବା, ଜନବସତି ଓ ବଜାର ଅଞ୍ଚଳରେ ସ୍ପିଡ୍‌ ବ୍ରେକ୍‌ର, ହମ୍ପସ୍‌ ନିର୍ମାଣ କରିବା, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତା ଫଳକ ଲଗାଇବା, ହେଭି ଭେଇକିଲ୍‌ ଗୁଡ଼ିକ ଦିନବେଳେ ଯାତାୟାତକୁ ବାରଣ କରିବାକୁ ଦାବି ହୋଇଛି।
ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି କହିଛନ୍ତି, ଇଣ୍ଟରସେପ୍ଟର କାର୍ଯ୍ୟ କରୁଛି। ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି। ଜାତୀୟ ରଜପଥକୁ ପାଟ୍ରୋଲିଂ ପାଇଁ ଗାଡ଼ି ଦେବାକୁ କୁହାଯାଇଛି। ଉକ୍ତ ବିଭାଗ ଗାଡ଼ି ପ୍ରଦାନ କଲେ ତାହା ପୋଲିସକୁ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri