Posted inଖେଳ

ବେକ୍‌ହାମଙ୍କ ମତରେ ମେସି ଶ୍ରେଷ୍ଠ

ଲଣ୍ଡନ, ୨୦ା୪: କ୍ରିଷ୍ଟିଆନ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି। ଏହାକୁ ନେଇ ସର୍ବଦା ବିତର୍କ ଲାଗି ରହିଛି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଇଂଲଣ୍ଡ ଫୁଟବଲ ଲିଜେଣ୍ଡ ଡେଭିଡ ବେକ୍‌ହାମ୍‌। ଶେଷ ବାଲନ ଡି’ଅର ପୁରସ୍କାର ମଧ୍ୟରୁ ମେସି ଓ ରୋନାଲ୍ଡୋ ୧୧ଟି ଜିତି ସାରିଛନ୍ତି। ତେବେ ରୋନାଲ୍ଡୋଙ୍କ ଅପେକ୍ଷା ବେକ୍‌ହାମ୍‌ ଫେଭରାଇଟ ଖେଳାଳିଭାବେ ମେସିଙ୍କୁ ବାଛିଛନ୍ତି । ରୋନାଲ୍ଡୋ ଓ ମେସି ସର୍ବଦା ବିରୋଧୀ କ୍ଲବରୁ ଖେଳି ଆସିଛନ୍ତି। ଏବେ ରୋନାଲ୍ଡୋ ଜୁଭେଣ୍ଟସ ଏବଂ ମେସି ବାର୍ସିଲୋନା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ୟୁରୋପିଆନ ଫୁଟବଲରେ ଦୁହେଁ ପ୍ରଭାବୀ ଖେଳାଳିଭାବେ ବେଶ୍‌ ପରିଚିତ । ଗତ ଡିସେମ୍ବରରେ ମେସି ରେକର୍ଡ ୬ଷ୍ଠ ଥରପାଇଁ ଗୋଲ୍ଡେନ ବଲ୍‌ ପୁରସ୍କାର ହାସଲ କରିଥିଲେ। ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଖେଳାଳି ବେକ୍‌ହାମ୍‌ଙ୍କ ମତରେ ବ୍ୟକ୍ତିଗତଭାବେ ଦେଖିଲେ ମେସି ଜଣେ ଚମତ୍କାର ଖେଳାଳି। ତାଙ୍କ ସହ ଆଉ କାହାକୁ ତୁଳନା କରିବା ସମ୍ଭବ ନୁହେଁ। କ୍ରିଷ୍ଟିଆନୋ ଜଣେ ଭଲ ଖେଳାଳି। ମାତ୍ର ମେସିଙ୍କ ସହ ତୁଳନୀୟ ନୁହନ୍ତି ।
୨୦୧୩ରେ ପ୍ୟାରିସ ସେଣ୍ଟ ଜର୍ମନ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ଚାମ୍ପିୟନ୍ସ ଲିଗ୍‌ରେ ମେସିଙ୍କୁ ସମ୍ମୁଖୀନ ହୋଇଥିବା କଥାକୁ ମନେ ପକାଇଛନ୍ତି ବେକ୍‌ହାମ୍‌। ”ମେସି ପଡ଼ିଆକୁ ପ୍ରବେଶ କରିବା ପୂର୍ବରୁ ଆମେ ଅଗ୍ରଣୀଲାଭ କରିଥିଲୁ। ମାତ୍ର ମେସି ପ୍ରବେଶ କରିବାପରେ ବାର୍ସିଲୋନା ସ୍କୋର କରିବାରେ ଲାଗିଥିଲା। ସେ ସମୟରେ ମୁଁ ଫୁଟ୍‌ବଲକୁ ବହୁତ ଉପଭୋଗ କରିଥିଲି। ହାର ମାନିବାକୁ କେବେ ଚାହିଁ ନ ଥିଲି। ଆମ ଟିମ୍‌ ବହୁତ ଭଲ ଖେଳିଥିଲା। ଉଭୟ ମ୍ୟାଚରେ ଗର୍ବିତ ହେବାପରି ଆମେ ପ୍ରଦର୍ଶନ କରିଥିଲୁ। ବାର୍ସିଲୋନା ବିପକ୍ଷରେ ଆମେ ପରାଜିତ ହୋଇ ନ ଥିଲୁ। ଏହା ମୋତେ ବହୁତ ଉତ୍ସାହିତ କରିଥିଲା। ଉଭୟ ମ୍ୟାଚ ଡ୍ର ରହିଥିଲା। ପାର୍କ ଡେସ୍‌ ପ୍ରିନ୍ସେସଠାରେ ମ୍ୟାଚ ୨-୨ ଓ କାମ୍ପ ନୋଉଠାରେ ୧-୧ ଗୋଲରେ ଶେଷ ହୋଇଥିଲା। ତେବେ ବାହାର ପରିବେଶରେ ଅଧିକ ଗୋଲ ଦେଇଥିବାରୁ ବାର୍ସିଲୋନା କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା“ ବୋଲି ବେକ୍‌ହାମ୍‌ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri