ବେଆଇନ ହୋମିଓପ୍ୟାଥିକ୍‌ ଔଷଧ ଜବତ

ଜୟପୁର,୫।୨(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ସହର ଲିଙ୍ଗରାଜ ନଗରଠାରେ ବେଆଇନ ଭାବେ ରଖାଯାଇଥିବା ୮୦୦ଟି ହୋମିଓପ୍ୟାଥିକ ଔଷଧ ବୋତଲ ଜବତ କରାଯାଇଛି। ଟାଉନ ଥାନା ଏବଂ ଡ୍ରଗ୍ସ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିଲେ। ଗୃହ ମାଲିକଙ୍କ ହୋମିଓପ୍ୟାଥି ଦୋକାନ ସହରରେ ରହିଛି। ଦୋକାନ ମାଲିକଙ୍କୁ ଥାନାରେ ଅଟକ ରଖାଯାଇଛି।