ବେଆଇନ ମୋରମ ଚାଲାଣବେଳେ ଦୁର୍ଘଟଣା:ହାଇଓ୍ବା ଉପରେ ଖସିିଲା ପଥର

ଭୁବନ, ୧୫ା୧୨(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଭୁବନ ସଦର ବାଜି ରାଉତ କଲେଜ ପଛପଟୁ ବେଆଇନ ଭାବେ ମୋରମ ଚୋରାଚାଲାଣ ବେଳେ ଶନିବାର ଦୁର୍ଘଟଣା ଘଟିଛି। ପାହାଡ଼ ଉପରରୁ ଏକ ବିରାଟକାୟ ପଥର ଖସିପଡ଼ି ମୋରମ ପରିବହନରେ ନିୟୋଜିତ ହାଇଓ୍ବା ଉପରେ ପଡ଼ିଥିଲା। ଟିପ୍ପରଟି ଚାପି ହୋଇଯାଇଥିବାବେଳେ ବହୁ କଷ୍ଟରେ ଚାଳକ ଗାଡ଼ିରୁ ବାହାରିଥିଲେ।
ଭୁବନ ରାଜସ୍ବ ସର୍କଲରେ ବେଆଇନ ପଥର, ମୋରମ ଚାଲାଣ ବଢ଼ିବାରେ ଲାଗିଛି। ୫୫ନଂ. ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନେଇଥିବା ଠିକାସଂସ୍ଥା ପକ୍ଷରୁ ଏପରି ବେଆଇନ କାର୍ଯ୍ୟ କରାଯାଉଥିବା ପୂର୍ବରୁ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଏ ନେଇ ଜନଅସନ୍ତୋଷ ତୀବ୍ର ହେଉଥିବାବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଲଘୁ ଖଣିଜ ଦ୍ରବ୍ୟର ଏପରି ବେଆଇନ କାରିବାର ବଢ଼ିବାରେ ଲାଗିଛି। ଏହି କାରଣରୁ ଭୁବନ କଲେଜର ଶୋଭାବର୍ଦ୍ଧନ କରୁଥିବା ପାହାଡ଼ ଏବେ ଶ୍ରୀହୀନ ହୋଇଗଲାଣି। କେବଳ ଏତିକି ନୁହେଁ, ଭୁବନ କଲେଜରୁ ଭୂଷଳ ଛକ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ହେଲେ ଦିନରାତି ଶତାଧିକ ହାଇଓ୍ବା, ଭାରିଯାନ ଚଳାଚଳ ଯୋଗୁ ଜନସାଧାରଣଙ୍କ ଜୀବନଯାତ୍ରା ପ୍ରଭାବିତ ହେଉଛି। ପ୍ରଦୂଷଣ ସୀମା ଟପିଲାଣି। ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାକୁ ନେଇ କାଳୀବଜାର ବଣିକ ସଂଘ, ନୂଆ ବଜାର ବଣିକ ସଂଘ ପକ୍ଷରୁ କିଛିଦିନ ତଳେ ବିରୋଧ କରାଯାଇଥିଲା। ଉକ୍ତ ସମୟରେ ପ୍ରଶାସନର ହସ୍ତକ୍ଷେପ ପରେ ଭାରିଯାନ ଚଳାଚଳ ବନ୍ଦ ଥିଲା। ହେଲେ ପ୍ରଶାସନର ନୀରବତା ଦେଖି ପୁଣିଥରେ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିପ୍ରତି ଦୃଷ୍ଟିଦେବାକୁ ବ୍ୟବସାୟୀ ଏବଂ ଜନସାଧାରଣ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ତହସିଲଦାର ଶକ୍ତିକାନ୍ତ ରାୟ କୁହନ୍ତି, ସରକାରୀ କାର୍ଯ୍ୟାଳୟ ଛୁଟିହେଲେ ଦଲାଲମାନେ ମାତୁଛନ୍ତି। ଚଢ଼ାଉ କରି ବେଆଇନ ମୋରମ ଖାଦାନ ବନ୍ଦ କରାଯିବ। ଏଥିରେ ନିୟୋଜିତ ହାଇଓ୍ବା ଜବତ ହେବ। ଏ ନେଇ ଆର୍‌ଆଇ ଶ୍ରୀକାନ୍ତ କୁମାର ପରିଡ଼ା କୁହନ୍ତି, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରାଯାଇଛି। ଗାଡ଼ି ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri