ବେଆଇନ ବାଲି ଗାଡିକୁ ଅଟକାଇଲା ପୋଲିସ

ବନ୍ତ, ୨୧।୪(ଡି.ଏନ.ଏ.)-କରୋନା ଲକ୍‌ଡାଉନ୍‌ ସମୟରେ କେନ୍ଦୁଝର ଜିଲାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଆଇନ ବାଲି ଗାଡିକୁ ନନ୍ଦିପଦା ପୋଲିସ ଅଟକ ରଖିଛି। ମଙ୍ଗଳବାର ଭୋର ସମୟରେ କେନ୍ଦୁଝର ଜିଲାର ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ବୋଝେଇ ଗାଡିଗୁଡିକ ଭଦ୍ରକ ଜିଲାକୁ ଯାଉଥିଲା ା ଉଭୟ ଜିଲାର ସୀମାନ୍ତ ଚେକ୍‌ପୋଷ୍ଟ ବସନ୍ତିଆ ବଜାରଠାରେ ଡ୍ୟୁଟି କରୁଥିବା ନନ୍ଦିପଦା ପୋଲିସ ସମ୍ପୃକ୍ତ ଗାଡିଗୁଡିକ ଅଟକ ରଖିଛି।