ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବ୍ରହ୍ମଗିରି,୧୨।୯(ଡି.ଏନ.ଏ.)- ବ୍ରହ୍ମଗିରି ଅଞ୍ଚଳରେ ଦିନକୁ ଦିନ ବେଆଇନ କରଳ କଳଗୁଡିକ ବଢ଼ି ଚାଲିଛି। ଏଗୁଡିକୁ ଜବତ କରିବା ପାଇଁ ବନ ବିଭାଗ ବହୁ ଚେଷ୍ଟା କରୁଥିଲେ ମଧ୍ୟ ବିରୋଧ ହେଉଥିବାରୁ ସଫଳ ହୋଇପାରୁ ନ ଥିଲା। କିନ୍ତୁ ଗୁରୁବାର ବନ ବିଭାଗ, ଭିଜିଲାନ୍ସ ଏବଂ ପୋଲିସ ଫୋର୍ସର ମିଳିତ ସହଯୋଗରେ ଏକ କଳତ କଳ ଉପରେ ଚଢାଉ କରିଛି। ଏହି ଚଢ଼ାଉରେ କେତେକ ଯନ୍ତ୍ରାଂଶ ଓ ଦୁଇ ଖଣ୍ଡ କାଠ ଗଣ୍ଡି ଜବତ କରିଛି। ସୂଚନାଯୋଗ୍ୟ, ବ୍ରହ୍ମଗିରି ରେଞ୍ଜ ଅଧୀନର କାଠୁଆ ଆରେଡି ଛକ ନିକଟରେ ଥିବା ଗଙ୍ଗାଧର ଜେନାଙ୍କ ଦୀର୍ଘଦିନ ହେବ ଏକ ବେଆଇନ କରଳ କଳ ରହିଛି। ଏହା ଉପରେ ପ୍ରଶାସନ ୨୦୧୮ ମସିହାରେ ଚଢାଉ କରିଥିଲା। କିନ୍ତୁ କଳ ମାଲିକ ଓ କେତେକ କର୍ମଚାରୀମାନେ ଦୃଢ଼ ବିରୋଧ କରିବାରୁ ନିରୁପାୟ ହୋଇ ସେଠାରୁ ଫେରିଯାଇଥିଲେ। ତେବେ ଗୁରୁବାର ବିଭାଗ ସହ ଭୁବନେଶ୍ୱର ଭିଜିଲାନ୍ସ, ପୁରୀ ଭିଜିଲାନ୍ସ ଓ ପୁରୀ ବନ ବିଭାଗର ପୂରା ଟିମ ସହ ପ୍ରସ୍ତୁତ ହୋଇ ପୁନର୍ବାର ଏହି କରତ କଳ ଉପରେ ସକାଳୁ ଚଢାଉ କରିଥିଲା। ଆଜି ମଧ୍ୟ ଚଢାଉ ବେଳେ ବିରୋଧ ହୋଇଥିବାବେଳେ ବିଭାଗ କର୍ମଚାରୀ ଓ ପୋଲିସ ଫୋର୍ସ ଟିମ ଅଧିକ ଥିବାରୁ ଜବତ କରିବାରେ ସହଜ ହୋଇଥିଲା। ପରେ ଖଡିପଦା ଛକ ନିକଟରେ ଥିବା ଦିଲୀପ ଭୋଇଙ୍କ କରତ କଳଉପରେ ଚଢ଼ାଉ କରାଯାଇଥିଲା ା