ବେଆଇନ ଇଟାଭାଟି, ବାଲି ଚାଲାଣ ଉପରେ ଲାଗୁନି ରୋକ

ରତ୍ନଗିରି,୨୧।୧(ଡିଏନଏ): ବରୀ ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତରେ ବେଆଇନ ଇଟାଭାଟି ସହିତ ଚୋରାବାଲି ଚାଲାଣ ଉପରେ ପ୍ରଶାସନ ରୋକ ଲଗାଇ ନ ଥିବାରୁ ରାଜସ୍ବ ହାନୀ ଘଟୁଛି। ଏହି ବ୍ଲକ ଅଧୀନ ୧୦୬ଟି ଗ୍ରାମରୁ ଅଧିକାଂଶ ଗ୍ରାମରେ ବେଆଇନଭାବେ ଇଟା ପକାଯିବା ଓ ଏହା ପ୍ରଶାସନର ନଜର ଆଢୁଆଳରେ ରହିବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ବେଆଇନ ଇଟାଭାଟି ସହିତ ରାଜାତୋଟା, ରାମଚନ୍ଦ୍ରପୁର, ବରୀପାଳ, ଗମୁଁ, ରତଳାଙ୍ଗ, ଉଦୟନାଥପୁର ଆଦି ଅଞ୍ଚଳରେ ଥିବା ବାଲିଘାଟଗୁଡିକ ସରକାରୀସ୍ତରରେ ନିଲାମ ହୋଇ ନ ଥିଲେ ମଧ୍ୟ ଖୁଲମଖୁଲାଭାବେ ବାଲି ମାଫିଆମାନେ ଚୋରା ବାଲିଚାଲାଣ କ୍ଷେତ୍ରରେ ପ୍ରଶାସନର ନୀରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ତହସିଲର ରାଜସ୍ବ ନିରୀକ୍ଷକ ମାନେ ଗଁା କୁ ଗଁା ବୁଲି ରାଜସ୍ବ ଆଦାୟ କରୁଥିବାବେଳେ ବେଆଇନ ଇଟାଭାଟି ଓ ଚୋରାବାଲି ଚାଲାଣ ଉପରେ କିପରି ସେମାନଙ୍କ ଦୃଷ୍ଟି ପଡ଼ୁନାହିଁ ତାହା ସାଧାରଣରେ ଆଲୋଚନା ହେଉଛି। ବିଗତ ଦିନରେ ତହସିଲ ପ୍ରଶାସନ ତରଫରୁ ବେଆଇନ ବାଲିଘାଟ ଓ ବେଆଇନ ଭାବେ ଇଟା ପକାଇବା ଉପରେ ରୋକ ଲଗାଯାଉଥିଲା। ମାତ୍ର ବର୍ତ୍ତମାନ ପ୍ରଶାସନ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ହାତବାନ୍ଧି ବିସିଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଘଟଣାକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ତରଫରୁ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାରଙ୍କ ରାଜସ୍ବ ବୃଦ୍ଧି ସମ୍ଭବ ହୋଇପାରନ୍ତା। ଏହି ବିଷୟରେ ବରୀ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲଙ୍କୁ ପଚାରିବାରୁ, ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ମିଳିଛି। ମାତ୍ର କର୍ମଚାରୀଙ୍କ ଅଭାବ ଯୋଗୁ ଏଭଳି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। ଖୁବ୍‌ଶୀଘ୍ର କମିଟି ଗଠନ କରାଯାଇ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବା ଓ ସରକାରୀ ରାଜସ୍ବ ବୃଦ୍ଧି କରାଇବା ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri