Categories: ଗଞ୍ଜାମ

ବୃଦ୍ଧ ବାପାଙ୍କ କାନ୍ଧରେ ଦିବ୍ୟାଙ୍ଗ ଅମରଙ୍କ ଭବିଷ୍ୟତ: ଟ୍ରାଇ ସାଇକେଲ ଲାଗି ଜିଲାପାଳଙ୍କୁ ଜଣାଇଲେ

ଛତ୍ରପୁର,୩୧ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଦୁଆନପଲ୍ଲୀଗଁାର ଗୋବିନ୍ଦ ମଲ୍ଲିକଙ୍କ ଦିବ୍ୟାଙ୍ଗ ପୁଅ ତଥା କଲେଜ ଛାତ୍ର ଅମରଙ୍କୁ ସରକାରୀ ସହାୟତା ମିଳୁନି। କେବଳ ଭତ୍ତା ମିଳୁଥିବା ବେଳେ ବାଣିଶ୍ରୀ ଷ୍ଟାଇପେଣ୍ଡ ମିଳୁ ନ ଥିବା ଅମର କହିଛନ୍ତିି। ଏଥିସହ କଲେଜ ଯିବା ଆସିବା ପାଇଁ ଏକ ଟ୍ରାଇ ସାଇକେଲର ଆବଶ୍ୟକତା ରହିଛି ା
ବୃଦ୍ଧ ବାପା ଗୋବିନ୍ଦଙ୍କ ପିଠିରେ ଦିବ୍ୟାଙ୍ଗ ଅମର ବସି ପ୍ରତିଦିନ କଲେଜ ଯିବା ଆସିବା କରିଥାନ୍ତି ା ଯଦି କୌଣସି ଦିନ ତାଙ୍କ ଦେହ ଭଲ ନ ଥାଏ ତେବେ ସେ ଦିନ କଲେଜ ବନ୍ଦ ହୋଇଯାଏ। ପରିଣତ ବୟସରେ ବାପା ଦିବ୍ୟାଙ୍ଗ ପୁଅଙ୍କର ଭବିଷ୍ୟତ ଗଢିବାରେ ସହାୟ ହୋଇଛନ୍ତି।
ଟ୍ରାଇ ସାଇକେଲ ଗୋଟିଏ ମିଳିଲେ ଆଉ ବାପାଙ୍କ କାନ୍ଧରେ ବସି ଯିବା ଆସି ବାକୁ ପଡିବନି ବୋଲି ଅମର କହିଛନ୍ତିି। ଅମର ଏବେ ଯୁକ୍ତ ୩ ଶେଷ ବର୍ଷ ଛାତ୍ର ା ସୁବିଧା ସୁଯୋଗ ମିଳିଲେ ଆହୁରି ପାଠ ପଢିବାକୁ ଆଗ୍ରହ ରଖିଥିବା ଅମର ଗଣମାଧ୍ୟମକୁ କହିଛନ୍ତି। ବୁଧବାର ବାପାଙ୍କ କାନ୍ଧରେ ବସି ଅମର ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ ା ଜିଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ଭେଟିବାକୁ ଅମର ଓ ତାଙ୍କ ବାପା ଗୋବିନ୍ଦଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ ।