Categories: ଗଞ୍ଜାମ

ବୃଦ୍ଧି ପାଉଛି ଗୁଣିଗାରେଡ଼ି ଜନିତ ଅପରାଧ: ପ୍ରତିକାର ଦାବି କଲା ମାନବବାଦୀ ହେତୁବାଦୀ ସଙ୍ଗଠନ

ବ୍ରହ୍ମପୁର ଅଫିସ,୫ା୧୦-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଛି ା ଏହାସତ୍ତ୍ୱେ ସମାଜରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସଜନିତ ଅପରାଧ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ବୈଜ୍ଞାନିକ ମନୋଭାବ ଓ ସରକାରଙ୍କ ପକ୍ଷରୁ ସଚେତନତା ଅଭାବ କାରଣରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ସଂଗଠନ ଅଭିଯୋଗ କରିଛି ା ରାଜ୍ୟରେ ବୃଦ୍ଧି ପାଉଥିବା ଗୁଣିଗାରେଡ଼ିଜନିତ ଅପରାଧର ପ୍ରତିକାର ନିମନ୍ତେ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି |
ଗୁଣିଗାରେଡି ସନ୍ଦେହରେ ନିକଟରେ ଅନେକ ଗ୍ରାମରେ ଲୋକଙ୍କୁ ସାମାଜିକ ବାସନ୍ଦ, ଜରିମାନା ଓ ଆକ୍ରମଣ ମଧ୍ୟ କରାଯାଇଛି। ଖଲ୍ଳିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମରେ ଗୁଣିଆ ସନ୍ଦେହରେ ୬ ଜଣଙ୍କୁ ଅଖାଦ୍ୟ ଖୁଆଇବା ଘଟଣା ଏହାର ସଦ୍ୟତମ ଉଦାହରଣ। ଗତ କିଛିଦିନ ମଧ୍ୟରେ ଗଞ୍ଜାମ ଜିଲାରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ା ଗୁଣିଗାରେଡି, ଡାହାଣୀ ଆଦି ଅନ୍ଧବିଶ୍ୱାସକୁ ଦୂରକରିବା ପାଇଁ ସରକାରଙ୍କୁ ପକ୍ଷରୁ ପ୍ରଚାରପତ୍ର ଓ ପୁସ୍ତିକା ବଣ୍ଟନ ସହ ଗାଁ ଗହଳିରେ ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା, ବୈଜ୍ଞାନିକ ମନୋଭାବ ପ୍ରଚାର ସଙ୍ଗଠନ, ହେତୁବାଦୀ ସଂଗଠନକୁ ସଚେତତନା କାର୍ଯ୍ୟକ୍ରମରେ ସାମିଲ କରିବା, ଗୁଣି ଗାରେଡି ସମ୍ପର୍କିତ ଲେଖା ଓ ସାହିତ୍ୟକୁ ସ୍କୁଲ ପାଠ୍ୟପୁସ୍ତକରେ ସ୍ଥାନ ଦେବା, ଗ୍ରାମାଞ୍ଚଳରେ ରୋଗବ୍ୟାଧିର ନିରାକରଣ ଓ ଚିକିସତ୍ା ସୁବିଧା କରିବା ଆଦିି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବିପତ୍ରରେ ଉଲ୍ଳେଖ କରାଯାଇଛି। ଜାତିଗତ ନିର୍ଯାତନା ପ୍ରତିକାର ଆଇନ ଭଳି ଗୁଣିଗାରେଡି ଏବଂ ଅନ୍ଧବିଶ୍ୱାସ ଜନିତ ଅପରାଧର ଶିକାର ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଗଠନ ଅନୁରୋଧ କରିଛି ା ଦାବିପତ୍ର ପ୍ରଦାନ ବେଳେ ସଂଗଠନର ନାନ୍ଦେଶୁ ସେନାପତି, ଭାଲଚନ୍ଦ୍ର ଷଢଙ୍ଗୀ, ଇ. ଟି ରାଓ, ଇଂ ରାଜା ସୁରେଶ, କିଶୋର ମିଶ୍ର, ପ୍ରତାପ ପ୍ରଧାନ, ରାଜବାଳା ତ୍ରିପାଠୀ, ସୁଶାନ୍ତ ପ୍ରଧାନ, ଲକ୍ଷ୍ମୀନୃସିଂହ ରଥ, ସୂଯର୍ର୍‌ୟନାରାୟଣ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା