‘ବୁଲ୍‌ବୁଲ’ ପ୍ରଭାବ: ଗଛ ଉପୁଡ଼ି ଗୁହାଳ ଘର ଭାଙ୍ଗିଲା

ଭଣ୍ଡାରିପୋଖରୀ,୯।୧୧(ଡି.ଏନ୍‌.ଏ): ବାତ୍ୟା ‘ବୁଲବୁଲ’ର ପ୍ରଭାବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଜଳମଣ୍ଡୁଆ ପଞ୍ଚାୟତ ଶରଦପୁର ଗ୍ରାମର ଚନ୍ଦ୍ରମଣି ଖିଲାରଙ୍କ ଗୁହାଳ ଘର ଉପରେ ଶନିବାର ସକାଳେ ଏକ ବରଗଛ ଉପୁଡି ପଡିଛି। ମାତ୍ର ଗୁହାଳରେ ଥିବା ୬ଟି ଗୋରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଏ ନେଇ ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ଖବର ପାଇ ଗୁହାଳ ଉପରେ ପଡିଥିବା ଗଛକୁ କାଟି ସଫା କରିଛନ୍ତି।