ବୁଲି ଯାଇଥିଲେ ମାଲେସିଆ, କରୋନା ଭୟରେ ଝାରସୁଗୁଡ଼ା ଚିକିତ୍ସାଳୟ ଆସିଲେ ଯୁବକ

ଝାରସୁଗୁଡା ଅଫିସ,୬।୩- କରୋନା ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ସାଜିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ଜଣେ ଯୁବକ କରୋନା ସଂକ୍ରମିତ ସନ୍ଦେହରେ ଆସିଛନ୍ତି। ସେ ମାଲେସିଆ ବୁଲିବାକୁ ଯାଇଥିଲେ ଏବଂ ନିକଟରେ ଫେରିଛନ୍ତି। ତାଙ୍କ ଘର ଏହି ଜିଲାର ବଗଡ଼ିହା ଅଞ୍ଚଳରେ। ତେବେ ତାଙ୍କ ନିକଟରେ ଏହି ଭୂତାଣୁ ସଂକ୍ରମଣ କରିଥିବା ନେଇ କୌଣସି ଲକ୍ଷଣ ନ ଥିବା କହିଛନ୍ତି ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ । ତଥାପି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖା ଯାଇଛି। ତାଙ୍କୁ ଭୟଭୀତ ନ ହେବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ବୋଲି ମଧ୍ୟ ସେ କହିଛନ୍ତି।