ବୁଲବୁଲ ଉଜାଡିଦେଲା ୪ ଏକର ଫସଲ: ନୂରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ରାଜନଗର,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ନୂରୁଗାଁ ଗ୍ରାମର ଜଣେ ଚାଷୀ ବିଷପିଇ ଆତ୍ମହତ୍ୟା କରିଥିବା ଗୁରୁବାର ପରିବାରଲୋକେ ଅଭିଯୋଗ କରିଛନ୍ତି। ସେ ହେଲେ ରାମଚନ୍ଦ୍ର ବାରିକ(୮୦)।

ରାମଚନ୍ଦ୍ର ୪ ଏକର ଜମିରେ ଭାଗ ଚାଷ କରିବା ସହ ଋଣ କରିଥିଲେ। ମାତ୍ର ବୁଲ୍‌ବୁଲ୍‌ରେ ସବୁ ଫସଲ ନଷ୍ଟ ହୋଇଯାଇଥିଲା। ଏଥିରେ ଭାଙ୍ଗିପଡ଼ି ସେ ଆତ୍ମହତ୍ୟା କରିଥିବା ପରିବାରଲୋକେ କହିଛନ୍ତି। ତେବେ ବୁଧବାର ରାତିରେ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।