ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ; ଦୁର୍ଦ୍ଦିନରେ ବାଉଁଶ କାରିଗର

ରାଇସୁଆଁ, ୬।୧(ଡି.ଏନ.ଏ.)-ବାଉଁଶ ଶିଳ୍ପ ଏକ ଲାଭଜନକ କୁଟୀର ଶିଳ୍ପ ଥିଲା। ଏହି କୁଟୀର ଶିଳ୍ପ ମାଧ୍ୟମରେ ଶହଶହ ପରିବାର ଆତ୍ମନିର୍ଭରଶୀଳ ହୋଇ ନିଜନିଜର ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ବହୁ ପରିବାର ବେରୋଜଗାରରୁ ମୁକ୍ତି ପାଇ ପାରୁଥିଲେ। ବର୍ତ୍ତମାନ ଆମ ରାଜ୍ୟରେ ଲକ୍ଷ ଲକ୍ଷ ବେକାରୀ କାମଧନ୍ଦା ନପାଇ ବେକାର ହୋଇ ବୁଲୁଛନ୍ତି। ଏହି ବାଉଁଶ ଶିଳ୍ପ ବୁଡ଼ିବାକୁ ବସିଲାଣି। ଆଗରୁ ଲୋକେ ଏହି ବାଉଁଶରେ ତିଆରି ସାମଗ୍ରୀକୁ ନେଇ ନିଜର ଦୈନନ୍ଦିନ ବ୍ୟବହାର କରୁଥିଲେ। କିନ୍ତୁ ଏବେ ସମୟ ପରିବର୍ତ୍ତନ ହୋଇଛି। ସମସ୍ତେ ଆଧୁନିକତାକୁ ଆପଣାଉ ଥିବାରୁ ଧୀରେ ଧୀରେ ଏହି ବାଉଁଶ ଶିଳ୍ପ ବନ୍ଦ ହେବାକୁ ବସିଛି। ଗାଁ ଲୋକେ ଏହାକୁ ବିକି ନିଜର ତେଲ, ଲୁଣ ସଂସାର କଟାଉଥିଲେ। କିନ୍ତୁ ଏବେ ତାହା ଆଉ ସମ୍ଭବ ହେଉନାହିଁ। ଏହି କାରିଗରମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋକେ ଏବେ ବହୁ ହଇରାଣ ହେଉଛନ୍ତି। ବହୁ ବେକାର ଯୁବତୀଯୁବକ କାମ ଧନ୍ଦା ନ ପାଇ ବାହାର ରାଜ୍ୟକୁ ଯଥା ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ବାଙ୍ଗାଲୋର, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟକୁ ଶ୍ରମିକ ହିସାବରେ କାମ ଧନ୍ଦା ପାଇଁ ଯାଇ ବହୁ ନିର୍ଯାତିତ ହୋଇ ଫେରୁଛନ୍ତି।
ଆମ ଜିଲାରେ ବାଉଁଶ କୁଟିର ଶିଳ୍ପ କରି ବହୁ ଲୋକ ରୋଜଗାର କରି ଚଳୁ ଥିଲେ। ସରକାର ଏବଂ ଆମ ଜିଲା ପ୍ରଶାସନର ମାନସିକତାର ଅଭାବ ଯୋଗୁଁ ଏହି ଶିଳ୍ପ ଧିରେ ଲୋପ ପାଇବାକୁ ବସିଲାଣି । ଏହି ବାଉଁଶରେ କାରିଗର ମାନେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ଯଥା କୁଲା ,ଟୁକୁଲି, ଗାଣ୍ଡୁଆ, ଚଲା ପ୍ରଭୃତି ତିଆରି କରି ବଜାରରେ ବିକ୍ରି କରି ଭଲ ଦିପଇସା ରୋଜଗାର କରି ଆରାମରେ ନିଜନିଜର ପରିବାର ପ୍ରତିପୋଷଣ କରିବା ସହିତ ବେରୋଜଗାର ଦୂର ହୋଇପାରିଥିଲା। ମାତ୍ର ସରକାରୀ ଭାବରେ ଏହି କୁଟିର ଶିଳ୍ପର ଉନ୍ନତି ପାଇଁ କିଛି ନ କରିବାରୁ ଧୀରେ ଧୀରେ ଏହି ଶିଳ୍ପ ବୁଡିବାକୁ ବସିଲାଣି। ବାଉଁଶ କାରିଗର ନବ ବେହେରା କୁହନ୍ତି ଆଗରୁ ଆମ୍ଭେ ମାନେ ଏହି ବାଉଁଶ ଶିଳ୍ପ କରି ବହୁ ଅର୍ଥ ରୋଜଗାର କରି ଆରାମରେ ଚଳୁଥିଲୁ ମାତ୍ର ଏବେ ସରକାରଙ୍କ ପ୍ରୋତ୍ସାହନର ଅଭାବ ଯୋଗୁ ଆମର ଏହି ଶିଳ୍ପ ବନ୍ଦ ହେବାକୁ ବସିଲାଣି। ବାଉଁଶ କାରିଗର ସତ୍ୟ ବେହେରା କୁହନ୍ତି ଯଦି ସରକାର ଏହି ଶିଳ୍ପର ବିକାଶ ପାଇଁ ଚିନ୍ତା କରନ୍ତେ ତେବେ ବହୁ ଲୋକ କର୍ମନିଯୁକ୍ତି ପାଇ ପାରନ୍ତେ। ଏଥିପ୍ରତି ଜିଲା ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେଇ ବୁଡି ଯାଉଥିବା ଏହି ବାଉଁଶ କୁଟିର ଶିଳ୍ପର ଶିକାଶ ପାଇଁ ତୁରନ୍ତ ପଦକ୍ଷେ ନେବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।