ବୀଣାପାଣି କଳାନିକେତନ ନୃତ୍ୟଶିଳ୍ପୀଙ୍କ ଦିଲ୍ଲୀ ଯାତ୍ରା

ଆନନ୍ଦପୁର,୪।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବୀଣାପାଣି କଳାନିକେତନର ନୃତ୍ୟଶିଳ୍ପୀମାନେ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଣେ ଲାଗି ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀର ନୋଇଡା ବ୍ଲକ-ଏ ଜଗନ୍ନାଥ ମନ୍ଦିର ପରିସରରେ ସପ୍ତମୀ, ଅଷ୍ଟମୀ, ନବମୀରେ ସେମାନେ ନୃତ୍ୟ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି। ନୃତ୍ୟଗୁରୁ ଜିତୁ ଦାଶଙ୍କ ସହିତ ବିନୋଦା ଓଝା, ଦେବାଙ୍ଗୀ ସେନାପତି, ପଦ୍ମଜା ମିଶ୍ର, ହର୍ଷିତା ଖଟୁଆ, ଦିବ୍ୟାନୀ ସେନାପତି, ଆରର୍ତିକା ଦେହୁରୀ, ମୋନିକା ଦାଶ, ଇତିଶ୍ରୀ ଓଝା, ଚନ୍ଦନ ପାଲ, ଶ୍ରଦ୍ଧାଞ୍ଜଳି ପଣ୍ଡା, ରୀନୁ ମହାନ୍ତିଙ୍କ ସମେତ ୧୯ ନୃତ୍ୟଶିଳ୍ପୀ ଏହି ଦଳରେ ରହିଛନ୍ତି। ବିଣାପାଣି କଳାନିକେତନ କଳାକାରଙ୍କ ଏହି ଗସ୍ତକୁ ନେଇ ଅଭିନେତା ମାନସ ସାହୁ, ବରିଷ୍ଠ କଳାକାର ଯଦୁନାଥ ଓଝା ଓ ଅଭିଭାବକ ମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।