Categories: ଗଞ୍ଜାମ

ବିସିିସି ବ୍ୟାଙ୍କ କୃଷି ଋଣ ଦେବ ୨୪୫ କୋଟି

ବ୍ରହ୍ମପୁର ଅଫିସ,୨ା୭-ଚଳିତ ବର୍ଷର ଖରିଫ ଧାନ ଫସଲ ପାଇଁ ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ଗଞ୍ଜାମ ଓ ଗଜପତି ଜିଲାର ଚାଷୀଙ୍କୁ ୨୪୫ କୋଟି ଟଙ୍କା କୃଷିଋଣ ଲଗାଣ କରିବା ଲାଗି ସରକାର ଟାର୍ଗେଟ ଦେଇଛନ୍ତି। ତନ୍ମଧ୍ୟରୁ ଗଞ୍ଜାମ ଜିଲା ହିଞ୍ଜିଳି, ବେଗୁନିଆପଡ଼ା, ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ଦିଗପହଣ୍ଡି, କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ୨୦୫ କୋଟି ଏବଂ ଗଜପତି ଜିଲା ଅନ୍ତର୍ଗତ ଗୋଷାଣୀ, କାଶୀନଗର, ମୋହନା, ଆର.ଉଦୟଗିରି, ନୂଆଗଡ଼ ଓ ରାୟଗଡ଼ ଆଦି ୭ ବ୍ଲକ ଚାଷୀଙ୍କୁ ୪୦ କୋଟି ଟଙ୍କା ଋଣ ଦିଆଯିବା ନିର୍ଦ୍ଦେଶ ଥିବା ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ଓ ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚାଇଛନ୍ତି। ପ୍ରତିବର୍ଷ ଏପ୍ରିଲରୁ ଖରିଫ ଋଣ ଦିଆଯିବାର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଜୁନ ୩୦ ସୁଦ୍ଧା ପ୍ରଥମ ୩ ମାସରେ ଦୁଇ ଜିଲାର ୩୩ ହଜାର ୧୪୬ ଚାଷୀଙ୍କୁ ୧୦୭.୧୩ କୋଟି ଋଣ କୃଷି ସେବା ସମବାୟ ସମିତି (ସୋସାଇଟି) ଜରିଆରେ ଦିଆଯାଇଥିବା କୁହାଯାଇଛି ।