ବ୍ରହ୍ମପୁର ଅଫିସ,୨ା୮- ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷ ଖରିଫ ଧାନ ଚାଷ ନିମନ୍ତେ କୃଷିଋଣ ପ୍ରଦାନ ଜୁଲାଇ ୩୧ରେ ଶେଷ ହୋଇଛି । ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାର ୨୫୧ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ୬୩ ହଜାର ୫୯୦ ଚାଷୀ ସଭ୍ୟଙ୍କୁ ୨୦୭.୧୭ କୋଟି ଟଙ୍କା ଋଣ ଲଗାଣ କରାଯାଇଛି। ଅନ୍ୟପକ୍ଷରେ କୃଷିଋଣ ନେବା ପାଇଁ ବାଧ୍ୟତାମୂଳକ ହୋଇଥିବା ପ୍ରଧାନମନ୍ତ୍ରୀ (ପିଏମ୍) ଫସଲ ବୀମା ସମୟ ସୀମା ମଧ୍ୟ ଗତ ବୁଧବାର ସରିଯାଇଛି । ବିସିସି ବ୍ୟାଙ୍କ ୨୦୧୯-୨୦ ବର୍ଷରେ ୨୪୫ କୋଟି କୃଷିଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ଟାର୍ଗେଟ ଦେଇଥିଲେ। ତେବେ ୩୮ କୋଟି ବଳକା ରହିଛି। ଧାନଚାଷ ନିମନ୍ତେ ଋଣ ପ୍ରଦାନ ଶେଷ ହୋଇଥିଲେ ମଧ୍ୟ ଅଣଧାନ ଫସଲ ନିମନ୍ତେ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ କୃଷିଋଣ ଦିଆଯିବାର ବ୍ୟବସ୍ଥା ଥିବାରୁ ସରକାରୀ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯିବାର ବ୍ୟାଙ୍କ ସମ୍ପାଦକ ଚିତ୍ତରଞ୍ଜନ ପାଣିଗ୍ରାହୀ ସୂଚାଇଛନ୍ତି। ସମ୍ପାଦକଙ୍କ କହିବାନୁସାରେ, ଗଞ୍ଜାମ ଜିଲାରେ ଥିବା ବ୍ୟାଙ୍କର ୧୩ ଶାଖା ଅଧୀନ ୨୦୬ ଏବଂ ଗଜପତି ଜିଲାର ୪ ଶାଖା ଅଧୀନରେ ୫୦ ସୋସାଇଟି ଓ ଲ୍ୟାମ୍ପସ୍ ଅଛି । ଗଞ୍ଜାମ ପାଇଁ ୨୦୫ ଏବଂ ଗଜପତି ନିମନ୍ତେ ୪୦ କୋଟି କୃଷିଋଣ ପ୍ରଦାନ ଲାଗି ସରକାରୀ ନିର୍ଦ୍ଦେଶ ଥିଲା। ତେବେ ଗଜପତି ଜିଲାରେ ୩୩ କୋଟି ୨୩ ଲକ୍ଷ ୧୩ ହଜାର ଟଙ୍କା ୮୧୮୧ ଚାଷୀଙ୍କୁ କୃଷିଋଣ ଦିଆଯାଇଥିବା ବେଳେ ଗଞ୍ଜାମ ଜିଲାରେ ୫୫,୪୦୯ ଚାଷୀ ସଭ୍ୟଙ୍କୁ ୧୭୩ କୋଟି ୯୪ ଲକ୍ଷ ୦୯ ହଜାର ଟଙ୍କା କେବଳ ଖରିଫ ଧାନ ଫସଲ ନିମନ୍ତେ କୃଷିଋଣ ଦିଆଯାଇଛି।
ସରକାରୀ ନିୟମ ପ୍ରକାରେ ଯେଉଁ ଚାଷୀଙ୍କ କିଷାନ କ୍ରେଡିଟ କାର୍ଡ (କେସିି) ଥିବ ସେମାନଙ୍କୁ ହିଁ ପିଏମ୍ ଫସଲ ବୀମାଭୁକ୍ତ କରାଯାଇଛି ଏବଂ ବୀମାଭୁକ୍ତ ଚାଷୀଙ୍କୁ ସମବାୟ କୃଷି ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକର କୃଷିଋଣ ଲଗାଣ ନିରୁତ୍ସାହଜନକ ହେଉଥିବା ବେଳେ ଚାଷୀମାନେ ସମବାୟ ବ୍ୟାଙ୍କ ଉପରେ ସବୁବର୍ଷ ନିର୍ଭର କରୁଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


