Posted inଖେଳ

ବିସିସିଆଇ ଦେଲା କ୍ଲିନଚିଟ୍‌ : ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ ଆଦେଶ

କଟକ ଅଫିସ,୭।୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶାର ଉଦୀୟମାନ ପେସ୍‌ ତାରକା ରାଜେଶ ମହାନ୍ତିଙ୍କ ଉପରୁ ବାସନ୍ଦ ଆଦେଶ ବୁଧବାର ଉଠାଇ ଦିଆଯାଇଛି। ଗତ ୧ ତାରିଖରେ ବୟସ ଜାଲିଆତି ଅଭିଯୋଗରେ ବିସିସିଆଇ ରାଜେଶଙ୍କ ସମେତ କ୍ରୀଷ୍ଣା ପଲାଇଙ୍କୁ ୨ବର୍ଷର ବାସନ୍ଦ ଆଦେଶ ଦେଇଥିଲା। ତେବେ କେବଳ ରାଜେଶଙ୍କୁ କ୍ଲିନ ଚିଟ୍‌ ମିଳିଛି। ବିସିସିଆଇର ଆଣ୍ଟି ଡୋପିଂ, ବୟସ ଯାଞ୍ଚ ଓ ମେଡ଼ିକାଲ ପରାମର୍ଶ ବିଭାଗର ଡ. ଅଭିଜିତ ସାଲଭି ଏ ନେଇ ବୁଧବାର ଅପରାହ୍ନରେ ଓସିଏକୁ ଏକ ମେଲ୍‌ ପଠାଇଛନ୍ତି। ସୂରଟଠାରେ ଆସନ୍ତା ୮ରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ରାଜେଶ ଖୁବଶୀଘ୍ର ରାଜ୍ୟ ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି।
୧ ତାରିଖରେ ରାଜ୍ୟର ଦୁଇ ପ୍ରତିଭାବାନ କ୍ରିକେଟ ଖେଳାଳିଙ୍କୁ ବୟସ ଜାଲିଆତିରେ ୨ବର୍ଷ ନିମନ୍ତେ ବାସନ୍ଦ କରାଯାଇଥିଲା। ରାଉରକେଲାର କ୍ରୀଷ୍ଣା ଓ ନୟାଗଡ଼ର ରାଜେଶ ଏହି ଆଦେଶ ପାଇଥିଲେ। ନୟାଗଡ଼ର ତୁଳସୀପୁର ଗ୍ରାମରେ ଜନ୍ମିତ ରାଜେଶଙ୍କ ଉପରେ ଲାଗିଥିବା ବୟସ ଜାଲିଆତି ଅଭିଯୋଗକୁ ବିସିସିଆଇ ଉଠାଇ ଦେଇଛି। ରାଜେଶଙ୍କର ଜନ୍ମ ନୟାଗଡ଼ର ବଡ଼ ପଣ୍ଡୁସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହୋଇଛି। ଏଣୁ ତାଙ୍କ ଜନ୍ମପ୍ରମାଣ ପତ୍ରର ପଞ୍ଜୀକରଣ ନମ୍ବର ନୟାଗଡ଼ ମ୍ୟୁନିସିପାଲିଟିର ୱେବସାଇଟ୍‌ରେ ନାହିଁ। ଯାହା ଫଳରେ ରାଜେଶଙ୍କ ଜନ୍ମ ପ୍ରମାଣପତ୍ରର ପଞ୍ଜୀକରଣ ନମ୍ବର ନୟାଗଡ଼ ମ୍ୟୁନିସିପାଲିଟିର ୱେବସାଇଟ୍‌ରେ ଖୋଜିଲେ ଅନ୍ୟ ଜଣେ ଯୁବକଙ୍କ ନାଁ ଓ ଠିକଣା ଦେଖାଉଛି। ଏହାକୁ ଭିତ୍ତି କରି ରାଜେଶଙ୍କ ନାମରେ ଅଭିଯୋଗ କରାଯାଇଥିଲା। କ୍ଲିନଚିଟ୍‌ ପାଇବା ପରେ ଏହି ପ୍ରତିଭାବାନ ପେସ ବୋଲର ଜଣଙ୍କ ପୁନର୍ବାର ରାଜ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ଘୋଷିତ ୧୫ଜଣିଆ ଦଳରେ ତାଙ୍କ ନାମ ଥିଲା। ବାସନ୍ଦ ଆଦେଶ ପରେ ତାଙ୍କ ବଦଳରେ ପ୍ରୟାସ ସିଂ ଙ୍କୁ ଦଳରେ ନିଆଯାଇଛି। ଓସିଏ ଚୟନକମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତିଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ବିସିସିଆଇ ବାସନ୍ଦ ଆଦେଶ ଉଠାଇବା ପରେ ସେ ଖୁବଶୀଘ୍ର ଦଳରେ ଯୋଗଦେବେ। ଓସିଏର ପଦାଧିକାରୀଙ୍କ ସହ ବୈଠକ ଡକାଯାଇ ଏ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri