Posted inଖେଳ

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ, ୪।୭(ପି.ଟି.)- ଆଗାମୀ ଘରୋଇ ସେସନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ଘରୋଇ କାର୍ଯସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ ସାମନ୍ୟ ପରିବର୍ତ୍ତନ କରାଯାଇ ସୁଧାର ଅଣାଯାଇଛି। ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମ ପୂର୍ବରୁ ଜାତୀୟ ଟି୨୦ ଟୁର୍ନାମେଣ୍ଟ ତଥା ସୟଦ ମୁସ୍ତାକ ଅଲି ଟ୍ରଫି ଆୟୋଜନ ହେବ। ୨୦୧୯- ୨୦ ଘରୋଇ କାର୍ଯ୍ୟସୂଚୀରେ ଏହି ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି। ଏଥର ଘରୋଇ ସିଜନରେ ମୋଟ ୨୦୩୬ଟି ମ୍ୟାଚ୍‌ ଖେଳାଯିବ। ମୁସ୍ତାକ ଅଲି ଟୁର୍ନାମେଣ୍ଟ ନଭେମ୍ବର ୮ରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖରେ ଶେଷ ହେବ। ଗତଥର ଏହି ଟୁର୍ନାମେଣ୍ଟ ଫେବୃୟାରୀ- ମାର୍ଚ୍ଚରେ ଖେଳାଯାଇଥିଲା। ଆଇପିଏଲ୍‌ ଖେଳାଳି ନିଲାମ ସାଧାରଣତଃ ଡିସେମ୍ବର- ଜାନୁୟାରୀରେ ଆୟୋଜନ ହୋଇଥାଏ।
ଦେଶର ସର୍ବବୃହତ୍‌ ଘରୋଇ ଟୁର୍ନାମେଣ୍ଟ ରଣଜୀଟ୍ରଫି ଡିସେମ୍ବର ୯ରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହେବ। ରଣଜୀଟ୍ରଫି ଫାଇନାଲ ମାର୍ଚ୍ଚ ୧୩ ତାରିଖରେ ଖେଳାଯିବ। ଗତ ସେସନ ଭଳି ଏଥରର ଫର୍ମାଟ ସମାନ ରହିଛି। ପ୍ଲେଟ ଗ୍ରୁପ୍‌ରୁ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ଦଳଗୁଡିକ ଏଲିଟ ଗ୍ରୁପ୍‌ ସି’କୁ ଉତୀର୍ଣ୍ଣ ହେବେ। ସେହିପରି ଏଲିଟ୍‌ ଗ୍ରୁପ୍‌ ସି’ରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଶ୍ରେଷ୍ଠ ଦୁଇଟି ଦଳ ଏଲିଟ୍‌ ଗ୍ରୁପ୍‌ ଏ’ ଓ ଏଲିଟ୍‌ ଗ୍ରୁପ୍‌ ବି’କୁ ଆଗାମୀ ସେସନରେ ଉତୀର୍ଣ୍ଣ ହେବେ।
ପୂର୍ବପରି ଦୁଲୀପ୍‌ ଟ୍ରଫିରୁ ହିଁ ସେସନ ଆରମ୍ଭ ହେବ। ଏହାପରେ ବିଜୟ ହଜାରେ ୫୦ ଓଭର ଟ୍ରଫି, ଦେଓଧର ଟ୍ରଫି, ରଜଣୀ ଟ୍ରଫି ଓ ଇରାନୀ ଟ୍ରଫି ଖେଳାଯିବ।
ସେହିପରି ସିନିୟର ମହିଳା ଘରୋଇ ସେସନ ଟି୨୦ ଲିଗ୍‌ ସହିତ ଅକ୍ଟୋବରରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଏହି ବିଶ୍ୱକପ୍‌ ଲାଗି ଭାରତୀୟ ମହିଳା ଦଳର ମୁଖ୍ୟ କାର୍ଯ୍ୟ ହେଲା ଖେଳାଳିଙ୍କ ସଂକ୍ଷିପ୍ତ ତାଲକା ପ୍ରକାଶ କରିବା। ଗତ ସଂସ୍କରଣରେ ବିସିସିଆଇ ୯ଟି ନୂଆ ଦଳ ସାମିଲ କରିବା ଫଳରେ ମୋଟ ମ୍ୟାଚ୍‌ ସଂଖ୍ୟା ୨୦୧୭ରେ ପହଞ୍ଚିଥିଲା। ଚଳିତବର୍ଷ ୧୯ଟି ମ୍ୟାଚ୍‌ ଅଧିକ ଖେଳାଯିବ ବୋଲି ପ୍ରକାଶିତ କାର୍ଯ୍ୟସୂଚୀରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବଡ଼ ବୟାନ ଦେଲେ ଗାଙ୍ଗୁଲି, କହିଲେ ସୂର୍ଯ୍ୟକୁମାର ଯାଦବ ନୁହେଁ ଏହି ଖେଳାଳିଙ୍କୁ ଦିଆଯାଉ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନଶିପ

ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆଜି, ଡିସେମ୍ବର ୯,୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri