Posted inଖେଳ

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ, ୪।୭(ପି.ଟି.)- ଆଗାମୀ ଘରୋଇ ସେସନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ଘରୋଇ କାର୍ଯସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ ସାମନ୍ୟ ପରିବର୍ତ୍ତନ କରାଯାଇ ସୁଧାର ଅଣାଯାଇଛି। ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମ ପୂର୍ବରୁ ଜାତୀୟ ଟି୨୦ ଟୁର୍ନାମେଣ୍ଟ ତଥା ସୟଦ ମୁସ୍ତାକ ଅଲି ଟ୍ରଫି ଆୟୋଜନ ହେବ। ୨୦୧୯- ୨୦ ଘରୋଇ କାର୍ଯ୍ୟସୂଚୀରେ ଏହି ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି। ଏଥର ଘରୋଇ ସିଜନରେ ମୋଟ ୨୦୩୬ଟି ମ୍ୟାଚ୍‌ ଖେଳାଯିବ। ମୁସ୍ତାକ ଅଲି ଟୁର୍ନାମେଣ୍ଟ ନଭେମ୍ବର ୮ରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖରେ ଶେଷ ହେବ। ଗତଥର ଏହି ଟୁର୍ନାମେଣ୍ଟ ଫେବୃୟାରୀ- ମାର୍ଚ୍ଚରେ ଖେଳାଯାଇଥିଲା। ଆଇପିଏଲ୍‌ ଖେଳାଳି ନିଲାମ ସାଧାରଣତଃ ଡିସେମ୍ବର- ଜାନୁୟାରୀରେ ଆୟୋଜନ ହୋଇଥାଏ।
ଦେଶର ସର୍ବବୃହତ୍‌ ଘରୋଇ ଟୁର୍ନାମେଣ୍ଟ ରଣଜୀଟ୍ରଫି ଡିସେମ୍ବର ୯ରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହେବ। ରଣଜୀଟ୍ରଫି ଫାଇନାଲ ମାର୍ଚ୍ଚ ୧୩ ତାରିଖରେ ଖେଳାଯିବ। ଗତ ସେସନ ଭଳି ଏଥରର ଫର୍ମାଟ ସମାନ ରହିଛି। ପ୍ଲେଟ ଗ୍ରୁପ୍‌ରୁ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ଦଳଗୁଡିକ ଏଲିଟ ଗ୍ରୁପ୍‌ ସି’କୁ ଉତୀର୍ଣ୍ଣ ହେବେ। ସେହିପରି ଏଲିଟ୍‌ ଗ୍ରୁପ୍‌ ସି’ରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଶ୍ରେଷ୍ଠ ଦୁଇଟି ଦଳ ଏଲିଟ୍‌ ଗ୍ରୁପ୍‌ ଏ’ ଓ ଏଲିଟ୍‌ ଗ୍ରୁପ୍‌ ବି’କୁ ଆଗାମୀ ସେସନରେ ଉତୀର୍ଣ୍ଣ ହେବେ।
ପୂର୍ବପରି ଦୁଲୀପ୍‌ ଟ୍ରଫିରୁ ହିଁ ସେସନ ଆରମ୍ଭ ହେବ। ଏହାପରେ ବିଜୟ ହଜାରେ ୫୦ ଓଭର ଟ୍ରଫି, ଦେଓଧର ଟ୍ରଫି, ରଜଣୀ ଟ୍ରଫି ଓ ଇରାନୀ ଟ୍ରଫି ଖେଳାଯିବ।
ସେହିପରି ସିନିୟର ମହିଳା ଘରୋଇ ସେସନ ଟି୨୦ ଲିଗ୍‌ ସହିତ ଅକ୍ଟୋବରରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଏହି ବିଶ୍ୱକପ୍‌ ଲାଗି ଭାରତୀୟ ମହିଳା ଦଳର ମୁଖ୍ୟ କାର୍ଯ୍ୟ ହେଲା ଖେଳାଳିଙ୍କ ସଂକ୍ଷିପ୍ତ ତାଲକା ପ୍ରକାଶ କରିବା। ଗତ ସଂସ୍କରଣରେ ବିସିସିଆଇ ୯ଟି ନୂଆ ଦଳ ସାମିଲ କରିବା ଫଳରେ ମୋଟ ମ୍ୟାଚ୍‌ ସଂଖ୍ୟା ୨୦୧୭ରେ ପହଞ୍ଚିଥିଲା। ଚଳିତବର୍ଷ ୧୯ଟି ମ୍ୟାଚ୍‌ ଅଧିକ ଖେଳାଯିବ ବୋଲି ପ୍ରକାଶିତ କାର୍ଯ୍ୟସୂଚୀରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri