Posted inଖେଳ

ବିସିସିଆଇ- କ୍ରୀଡ଼ା ମନ୍ତ୍ରଣାଳୟ ଶୀତଳ ଯୁଦ୍ଧ: ଆଶଙ୍କାରେ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ,୧।୮(ପି.ଟି.)- ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଆଗାମୀ ଭାରତ ଗସ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟଠାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପର୍ଯ୍ୟନ୍ତ ଭଜିଟିଂ ସାଇଡ ବା ଭ୍ରମଣ କରିବା ସ୍ଥାନ ନେଇ କ୍ଲିୟରାନ୍ସ ଲେଟର ବା ଅନୁମୋଦନ ପତ୍ର ପାଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ସାଧାରଣତଃ ଯେଉଁ ଦଳ ଭାରତ ଗସ୍ତରେ ଆସିଥାଏ ବିସିସିଆଇ କାର୍ଯ୍ୟସୂଚୀ ଓ ଭ୍ରମଣକାରିବା ସ୍ଥାନ ବା ଭେନ୍ୟୁ ନେଇ ଆନୁଷ୍ଠାନିକ ଭାବେ ସୂଚନା ଦେଇଥାଏ। ଯାହା ଫଳରେ ଭିଜା ପାଇବାର ପ୍ରକ୍ରିୟା ବେଶ୍‌ ସହଜ ହୋଇଥାଏ। ଏହାପରେ କ୍ଲିୟରାନ୍ସ ଲେଟର ବା ଅନୁମୋଦନ ପତ୍ର ୩୦ କିମ୍ବା ୪୦ଦିନ ମଧ୍ୟରେ ମିଳିଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଚିଠି ମିଳିନାହିଁ।
ମାର୍ଚ୍ଚରୁ ଏ ନେଇ ଆବେଦନ କରାଯାଇଛି ବୋଲି ବୋର୍ଡ ସ୍ପଷ୍ଟ କରିଛି। ବୋର୍ଡ ଏହି ଚିଠିକୁ ଅପେକ୍ଷା କରିଥିବା ବେଳେ ଆମେ କୌଣସି ଅବେଦନ ପତ୍ର ପାଇନାହୁଁ ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। କ୍ଲିୟରାନ୍ସ ଲେଟର ମନ୍ତ୍ରଣାଳୟ ତରଫରୁ ଦକ୍ଷିଣ ଆଫ୍ରିକା ସ୍ଥିତ ଭାରତୀୟ ଦୂତାବାସକୁ ଦିଆଯାଇଥାଏ। ଏହା ଫଳରେ ଭିଜା ପାଇବା ପ୍ରକ୍ରିୟା ସହଜ ହୋଇଥାଏ। ତେବେ ଏଥିରେ ବିଳମ୍ବ ହେବାରୁ ସବୁ ସମସ୍ୟା ଉପୁଜିଛି। ଏହାର କାରଣ କ’ଣ ଆମେ ଜାଣିନାହୁଁ ବୋଲି ଅଧିକାରୀ ଜଣକ କହିଛନ୍ତି। ପୁଣି ବିସିସିଆଇ ତରଫରୁ ଆମେ କୌଣସି ସୂଚନା ପାଇନାହୁଁ ବୋଲି ଅନ୍ୟ ଏକସୂତ୍ରରୁ ଜଣାଯାଇଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ଯିବା ବଦଳରେ ମନ୍ତ୍ରଣାଳୟ ଆସି ଯୋଗାଯୋଗ କରିବା ଉଚିତ୍‌ ବୋଲି ଜଣେ ଅଧିକାରୀ କହିଛନ୍ତି।
ବିସିସିଆଇକୁ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଅଧୀନକୁ ଆଣିବାକୁ ମନ୍ତ୍ରଣାଳୟ ଚାହୁଁଛି। ତେବେ ବିସିସିଆଇ ସ୍ବାଧୀନ ଭାବେ ନାଡ଼ା ସହ ୬ ମାସିଆ ପରୀକ୍ଷାମୂଳକ ନିୟମରେ କାର୍ଯ୍ୟକରିବାକୁ ଗତ ମାର୍ଚ୍ଚ ୧୮ ତାରିଖରେ ନିଷ୍ପତ୍ତି ନେଇଥିଲା। ଏଥିସହିତ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ହିସାବରେ ନାଡା ଅଧୀନକୁ ଆସିବାକୁ ଅମଙ୍ଗ ହୋଇଥିଲା। ଫଳରେ ମନ୍ତ୍ରଣାଳୟ ଓ ବିସିସିଆଇ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସବୁ ଏନ୍‌ଏସ୍‌ଏଫ୍‌ ଗୋଟିଏ ସରକାରଙ୍କ ନାଡ଼ା ଅଧୀନକୁ ଆସିବା ଉଚିତ ବୋଲି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି। ବିସିସିଆଇ ନାଡ଼ା ସହ ଅଲଗା ବୁଝାମଣା ପତ୍ର କରିପାରିବ ନାହିଁ ବୋଲି ସେ କହିଛନ୍ତି। ମନ୍ତ୍ରଣାଳୟ ଓ ବିସିସିଆଇ ମଧ୍ୟରେ ଚାଲିଥିବା ଏହି ଶୀତଳ ଯୁଦ୍ଧ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତକୁ ଅନିଶ୍ଚିତତାକୁ ଟାଣି ନେଇଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri