Posted inଖେଳ

ଆସେସ: ସମ୍ଭାବ୍ୟ ୩ ପ୍ରମୁଖ ଲଢ଼େଇ

ଲଣ୍ଡନ,୧।୮(ଏଏଫପି)- ଆସେସ ମୁକାବିଲା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଶ୍ୱଚାମ୍ପିୟନ ଇଂଲଣ୍ଡ ପୁଣି ଥରେ ଏହି ହାଇ ପ୍ରୋଫାଇଲ ସିରିଜରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ମଧ୍ୟ ପାଖାପାଖି ୨ ଦଶନ୍ଧି ପରେ ଇଂଲଣ୍ଡ ମାଟିରେ ଆସେସ ଜିତିବାକୁ ପ୍ରୟାସ କରିବ। ଦୁଇ ଦେଶ ମଧ୍ୟରେ ୩ଟି ପ୍ରମୁଖ ଲଢ଼େଇ ଦେଖିବାକୁ ମିଳିବ ଓ ଏହା ଉପରେ ସମସ୍ତଙ୍କ ନଜର ରହିଛି।
ଓ୍ବାର୍ନର ବନାମ ରୟ
ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଓ ଇଂଲଣ୍ଡ ଓପନର ଜାସନ ରୟ ବିଶ୍ୱକପ୍‌ ପ୍ରଦର୍ଶନ ବଜାୟ ରଖିବକୁ ଚେଷ୍ଟା କରିବେ। ବିଶ୍ୱକପ୍‌ରେ ଉଭୟ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ୩୨ ବର୍ଷୀୟ ଓ୍ବାର୍ନର ଟେଷ୍ଟରେ ଏପର୍ଯ୍ୟନ୍ତ ୨୧ଟି ଶତକ ହାସଲ କରିଛନ୍ତି ଓ ଏକାଧିକ ବାର ମ୍ୟାଚ୍‌ ଓ୍ବିନର ସାବ୍ୟସ୍ତ ହୋଇଛନ୍ତି।
ଅପରପକ୍ଷରେ ୨୯ ବର୍ଷୀୟ ରୟ ମାତ୍ର ଗୋଟିଏ ଟେଷ୍ଟ ଖେଳିଛନ୍ତି। ଗତ ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ପଦାର୍ପଣ କରିଥିଲେ। ୮୪ଟି ଦିନିକିଆ ଖେଳିବା ପରେ ତାଙ୍କୁ ଟେଷ୍ଟ ଖେଳିବାର ସୁଯୋଗ ମିଳିଛି। ଟେଷ୍ଟ ଫର୍ମାଟ ଦିନିକିଆଠାରୁ ଭିନ୍ନ ହେଇଥିବାରୁ ଜୋସ ହାଜେଲଉଡ ରୟଙ୍କୁ ସତର୍କ କାରଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ।
ସ୍ମିଥ୍‌ ବନାମ ରୁଟ
ଗତ ଆସେସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ ଓ ଜେ ରୁଟ ଦୁଇ ଦଳର ନେତୃତ୍ୱ ନେଇଥିଲେ। ବଲ ଟାମ୍ପରିଂ ମାମଲାରେ ବାସନ୍ଦ ହେବା ପରେ ସ୍ମିଥ୍‌ ପ୍ରଥମ ଟେଷ୍ଟ ଖେଳିବାକୁ ଯାଉଛନ୍ତି। ବିଶ୍ୱକପ୍‌ ଅବସରରେ ଇଂଲଣ୍ଡ ପ୍ରଶଂସକ ତାଙ୍କୁ ଖରାପ୍‌ ବ୍ୟବହାର କରିଥିଲେ। ଫଳରେ ସ୍ମିଥ୍‌ କିଛି କରିଦେଖାଇବା ଲକ୍ଷ୍ୟରେ ରହିଛନ୍ତି। ଏପର୍ଯ୍ୟନ୍ତ ୬୪ଟି ଟେଷ୍ଟ ଖେଳି ୨୩ଟି ଶତକ ସହ ସ୍ମିଥ୍‌ ୬୧.୩୭ ହାରରେ ରନ ସଂଗ୍ରହ କରିଛନ୍ତି। ଗତ ଆସେସ୍‌ରେ ସେ ୩ଟି ଶତକ ହାସଲ କରିବା ସହ ୬୮୭ ରନ ସଂଗ୍ରହ କରିଥିଲେ।
ଅପରପକ୍ଷରେ ରୁଟ୍‌ଙ୍କ ଟେଷ୍ଟ ଆଭରେଜ ୫୦ ତଳକୁ ଖସିଥିଲେ ମଧ୍ୟ ଇଂଲଣ୍ଡର ସବୁଠାରୁ ଉପଯୋଗୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ସେ ୧୬ଟି ଶତକ ହାସଲ କରିଛନ୍ତି। ୩ ନମ୍ବରରେ ଅନ୍ୟବ୍ୟାଟ୍ସମ୍ୟାନ ବିଫଳ ହେବା ପରେ ସେ ଏଥର ଏହି ସ୍ଥାନରେ ବ୍ୟାଟିଂ କରିବେ। ୨୦୧୬ରେ ପାକିସ୍ତାନ ବିପକ୍ଷରେ ସେ କ୍ୟାରିୟର ଶ୍ରେଷ୍ଠ ୨୫୪ ରନ ସଂଗ୍ରହ କରିଥିଲେ।
ଇଂଲଣ୍ଡ ଦ୍ରୁତ ବୋଲିଂ ବନାମ ଅଷ୍ଟ୍ରେଲିଆ ପେସ୍‌
ବିଶ୍ୱକପ୍‌ ହିରୋ ତଥା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଦଳରେ ସ୍ଥାନ ପାଇନାହାନ୍ତି। ଫଳରେ ଅଭିଜ୍ଞ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡଙ୍କ ଇଂଲଣ୍ଡ ଦ୍ରୁତ ବୋଲିଂର ଭାର ବହନ କରିବେ। ଆଣ୍ଡରସନ ଓ ବ୍ରଡ ମିଳିତ ଭାବେ ଟେଷ୍ଟରେ ୧,୦୦୦ରୁ ଊର୍ଦ୍ଧ୍ୱ ଉଇକେଟ ହାସଲ କରିଛନ୍ତି। ଇଂଲଣ୍ଡ ଜଳବାୟୁରେ ଏହି ଦୁଇ ବୋଲର ଘାତକ ସାବ୍ୟସ୍ତ ହେବେ।
ଅପରପକ୍ଷରେ ଅଷ୍ଟ୍ରେଲିଆ ପାଖରେ ବିଶ୍ୱସ୍ତରୀୟ ଦ୍ରୁତ ବୋଲର ରହିଛନ୍ତି।
ଇଂଲଣ୍ଡ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟାଇାବରେ ଏମାନେ ସକ୍ଷମ। ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଜେମ୍ସ ପାଟିନସନ ଓ ଜୋଶ ହାଜେଲଉଡ ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହେବେ ବୋଲି ଇଂଲଣ୍ଡ ପୂର୍ବତନ ଦ୍ରୁତ ବୋଲର ଷ୍ଟିଭ ହାର୍ମିଶନ କହିଛନ୍ତି। ତେବେ ଯଦି ଅଷ୍ଟ୍ରେଲୀୟ ବୋଲରମାନେ ଲୟ ହରାନ୍ତି ତାହାଲେ ଓଭର ପିଛା ୬ ରନ ବ୍ୟୟ କରିବେ। କିନ୍ତୁ ବ୍ରଡ ଓ ଆଣ୍ଡରସନ ଆଦୌ ମହଙ୍ଗା ସାବ୍ୟସ୍ତ ହେବେ ନାହିଁ। ଦୁଇ ଦଳର ବୋଲରଙ୍କ ମଧ୍ୟ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ବୋଲି ହାର୍ମିଶନ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri