Posted inଖେଳ

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ଧୋନୀ ବାଦ୍‌

ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କ ନାମକୁ ବାଦ୍‌ ଦେଇଛି। ଫଳରେ ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ସଫଳ ଅଧିନାୟକ ରହିଥିବା ଧୋନୀଙ୍କ ଭବିଷ୍ୟତକୁ ନେଇ ବେଶ୍‌ କିଛିଦିନ ହେବ ଲାଗି ରହିଥିବା କଳ୍ପନା ଜଳ୍ପନା ପୁଣିଥରେ ଉଜ୍ଜୀବିତ୍‌ ହୋଇଉଠିଛି।
ପକ୍ଷରୁ ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ କେନ୍ଦ୍ରୀୟ ଖେଳାଳି ଚୁକ୍ତି ତାଲିକା ପ୍ରକାଶ ପାଇଛି। ପୂର୍ବରୁ ଧୋନୀ ‘ଏ’ କାଟେଗୋରୀରେ ରହିଥିଲେ। ଏଥିରେ ଜଣେ ଖେଳାଳିଙ୍କୁ ବର୍ଷକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥାଏ। ତେବେ ଧୋନୀ ଶେଷଥର ପାଇଁ ଗତବର୍ଷ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଏହାପରଠାରୁ ସେ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଏହି କାରଣରୁ ଧୋନୀଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ଦିଆଯିବାକୁ ନେଇ ଅନେକ ପୂର୍ବତନ କ୍ରିକେଟର୍‌ ଆଶ୍ଚର୍ଯ୍ୟପ୍ରକଟ କରିନାହାନ୍ତି। ଧୋନୀ ଏକଦିବସୀୟ କ୍ରିକେଟରୁ ଅବସର ନେଇ ପାରନ୍ତି ବୋଲି ମୁଖ୍ୟକୋଚ୍‌ ରବି ଶାସ୍ତ୍ରୀ ନିକଟରେ ସଙ୍କେତ ଦେଇଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସମେତ ରୋହିତ୍‌ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ସର୍ବୋଚ୍ଚ କାଟେଗୋରୀ ‘+ଏ’ରେ ରହିଛନ୍ତି। ଏହି କାଟାଗୋରୀର ଖେଳାଳି ବର୍ଷକୁ ବିସିସିଆଇ ନିକଟରୁ ୭ କୋଟି ଟଙ୍କା ପାଇଥାନ୍ତି। ସେହିଭଳି ଉଦୀୟମାନ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ‘ବି’ ରୁ ‘ଏ’ କାଟେଗୋରୀକୁ ଉଠିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ଜାରି ରଖିଥିବା ଓପନର୍‌ ମୟଙ୍କ ଅଗ୍ରଓ୍ବାଲଙ୍କୁ ‘ବି’ କାଟେଗୋରୀରେ ସାମିଲ କରାଯାଇଛି। ଏଥିରେ ଖେଳାଳିଙ୍କୁ ୩ କୋଟି ଟଙ୍କା ମିଳିଥାଏ। ଦ୍ରୁତ ବୋଲର ନବଦୀପ ସଇନି, ଓ୍ବାଶିଂଟନ ସୁନ୍ଦର ପ୍ରଥମଥର ଲାଗି କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଉଭୟ ଶ୍ରେୟାସ ଆୟାର, ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁରଙ୍କ ସହ ଗ୍ରେଡ-ସି’ରେ ରହିଛନ୍ତି। ଏ ସମସ୍ତେ ଏକ କୋଟି ଲେଖାଏ ପାଇବେ। ତେବେ ଅମ୍ବାତି ରାୟୁଡୁ ଓ ଦୀନେଶ କାର୍ତ୍ତିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri