Posted inଖେଳ

ବିସିସିଆଇ ଆପେକ୍ସ କାଉନସିଲ ବୈଠକ: ସେସନ କ୍ୟାଲେଣ୍ଡର, ଏଥିକ୍ସ ଅଫିସର ନିଯୁକ୍ତି ନେଇ ଆଲୋଚନା

ନୂଆଦିଲ୍ଲୀ,୧୬।୨(ପି.ଟି.)- ଏଠାରେ ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକ ବସିବ। ଏଥିରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ। ୨୦୨୦-୨୧ ଘରୋଇ ସେସନର କ୍ୟାଲେଣ୍ଡର, ଏଥିକ୍ସ ଅଫିସର ନିଯୁକ୍ତି ଓ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)କୁ ପାଣ୍ଠି ଦେବା ସଂକ୍ରାନ୍ତରେ ଆଲୋଚନା ହେବା ସହିତ ଏହି ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
ଗତ ଫେବୃୟାରୀରେ ବୋର୍ଡ ଗୋଟିଏ ବର୍ଷ ପାଇଁ ଡି.କେ. ଜୈନଙ୍କୁ ସର୍ବପ୍ରଥମ ଅମ୍ବୁଡ୍ସମ୍ୟାନ ନିଯୁକ୍ତ କରିଥିଲା। ଜୈନଙ୍କୁ ମଧ୍ୟ ଏଥିକ୍ସ ଅଫିସର ଭାବେ କାର୍ଯ୍ୟ କରିବାକୁ ପଡିଥିଲା। ତାଙ୍କୁ ମଧ୍ୟ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, ଭିଭିଏସ୍‌ ଲକ୍ଷ୍ମଣ ଓ କପିଳଦେବଙ୍କ ବିପକ୍ଷରେ ଆସିଥିବା ସ୍ବାର୍ଥନିହିତ ଦ୍ୱନ୍ଦ୍ୱର ଅଭିଯୋଗ ନେଇ ଦେଖାଶୁଣା କରିବାକୁ ପଡିଥିଲା। ଏବେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବୋର୍ଡ ଜଣେ ନୂଆ ଏଥିକ୍ସ ଅଫିସରଙ୍କୁ ନିଯୁକ୍ତି କରିବ ବା ଜୈନଙ୍କ କାର୍ଯ୍ୟକାଳକୁ ବଢାଇବ ତାହା ଦେଖିବାକୁ ବାକି ରହିଲା।
ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ଜଷ୍ଟିସ୍‌ ଆର.ଏମ. ଲୋଧା ପ୍ୟାନେଲ ପ୍ରସ୍ତାବ ଅନୁଯାୟୀ ଗଠିତ ହୋଇଥିବା ୯ ଜଣ ସଦସ୍ୟବିଶିଷ୍ଟ ଆଇସିଏକୁ ପାଣ୍ଠି ଦେବା ନେଇ ମଧ୍ୟ ଆଲୋଚନା କରାଯିବ। ଉଲ୍ଲେଖଥାଉ କି, ଆଇସିଏ ବୋର୍ଡଠାରୁ ପାଣ୍ଠି ପାଇବା ପାଇଁ ଦାବି କରିଆସୁଛି। ପାଣ୍ଠି ନ ମିଳିବାରୁ ଆସିଏର କୌଣସ କାର୍ଯ୍ୟାଳୟ ମଧ୍ୟ ସ୍ଥାପନ ହୋଇପାରିନାହିଁ। ଆଇସିଏ ତା’ର ପ୍ରଥମ ବୈଠକରେ ୧୫ରୁ ୨୦ କୋଟି ଟଙ୍କାର ଅସ୍ଥାୟୀ ବଜେଟ ପ୍ରସ୍ତୁତ କରିଥିଲା। ପ୍ରାରମ୍ଭିକ ଭାବେ ଆଇସିଏ ବୋର୍ଡଠାରୁ ଅନୁଦାନ ପାଇବ। ତେବେ ଆଗକୁ ଆଇସିଏକୁ ନିଜର ପାଣ୍ଠି ସୃଷ୍ଟି କରିବାକୁ ହେବ।
ପୂର୍ବରୁ ନଭେମ୍ବର ୩୦ ତାରିଖରେ ଆପେକ୍ସ କାଉନସିଲର ପ୍ରଥମ ଓ ଏକମାତ୍ର ବୈଠକ ବସିଥିଲା। ପ୍ରତି ୩ ମାସରେ ଥରେ ଏହି କାଉନସିଲର ବୈଠକ ବସିବା ଜରୁରୀ ବୋଲି କୁହାଯାଇଛି। ଆଗାମୀ ଘରୋଇ ସେସନ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଗତ ନଭେମ୍ବରରେ ପୂର୍ବତନ ସିଏଫ୍‌ଓ ସନ୍ତୋଷ ରାଙ୍ଗନେକର ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଉତ୍ତରାଧିକାରୀ ଚୟନ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯିବ। ସିଏଜି ନୋମିନି ଏଲକା ରେହାନି ଭରଦ୍ୱାଜ ଗତ ଡିସେମ୍ବରରେ ନିଯୁକ୍ତି ପାଇଥିଲେ। ସେ ମଧ୍ୟ ଏହି ବୈଠକରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରିବେ। ସେ ମଧ୍ୟ ପୂର୍ବରୁ ସମ୍ବିଧାନ ଉଲ୍ଲଂଘନ ନେଇ ବିଭିନ୍ନ ଅଭିଯୋଗ ସମ୍ପର୍କରେ ଆଲୋଚନା କରିବାକୁ ବୈଠକ ଡାକିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri