ଅସୁରକ୍ଷିତ ଅଭୟାରଣ୍ୟ

ଢେଙ୍କାନାଳ ଅଫିସ, ୧୬।୨ – ପ୍ରକୃତିର ବରଦାନ କପିଳାସ। ଶାନ୍ତ ସବୁଜିମା ଭରା ପରିବେଶ, ଜୈବ ବିବିଧତା ସାଙ୍ଗକୁ ବନ୍ୟଜନ୍ତୁଙ୍କ ସମ୍ଭାର ଏହାର ପରିଚୟ। ହେଲେ ଅଭୟାରଣ୍ୟ ମାନ୍ୟତା ମିଳିବାର ଦୀର୍ଘ ୯ବର୍ଷ ପରେ ବି ଏହାର ବିକାଶ ପାଇଁ ହୋଇନି ସ୍ବତନ୍ତ୍ର ଯୋଜନା। ପଠାଯାଇଥିବା ପ୍ରସ୍ତାବ ବର୍ଷ ବର୍ଷ ଧରି ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନି। ସର୍ବୋପରି ଏତେବଡ଼ ଅଭୟାରଣ୍ୟର ଦେଖାରଖା କରିବାକୁ ଆସୁଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ। ଏସବୁ ଭିତରେ ଅସୁରକ୍ଷିତ ହୋଇପଡ଼ିଛି କପିଳାସ ଅଭୟାରଣ୍ୟ ଏବଂ ଏଠାକାର ବନ୍ୟଜୀବନ।
୨୦୧୧ ଏପ୍ରିଲରେ କପିଳାସକୁ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ଢେଙ୍କାନାଳ ଜିଲାର କୃଷ୍ଣକୁମାରପୁରଠାରୁ ଆରମ୍ଭ କରି କଟକ ଜିଲାର ଟାଙ୍ଗୀ ଓ ଖୁଣ୍ଟୁଣୀ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ୧୨୫.୨୫ ବର୍ଗ କିମି ଅଞ୍ଚଳରେ ବ୍ୟାପିଛି ଏହାର ପରିସୀମା। ଶାଗୁଆନ, ଶାଳ, ବଡ଼ ଚାକୁଣ୍ଡା, ମୂଲ୍ୟବାନ ଔଷଧୀୟ ଗଛ ସହ ହାତୀ, ଭାଲୁ, ହରିଣ, ସମ୍ବର, କୁଟୁରା, ବାର୍‌ହା, ଠେକୁଆ, ମୟୂର, ଝିଙ୍କ, ଗୁରାଣ୍ଡି, ଅଜଗର, ଅହିରାଜ ଭଳି ସରୀସୃପରେ ପରିପୃଷ୍ଟ ଏହାର ବନ୍ୟଜୀବନ। ଜାତି ଜାତିକା ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାରେ ସକ୍ଷମ। ହେଲେ ଏହାର ବିକାଶ ପାଇଁ ସରକାର ସତେ ଯେମିତି ଆଖି ବୁଜି ଦେଇଛନ୍ତି। ଅଭୟାରଣ୍ୟ ମାନ୍ୟତା ପାଇବାର ୯ବର୍ଷ ପରେ ବି ଏହାର ସୁରକ୍ଷା ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।
ଅଭୟାରଣ୍ୟ ଘୋଷିତ ହେବା ପରେ କେତେକ ନିୟମ ପାଳନ କରିବା ଅପରିହାର୍ଯ୍ୟ। ଯେମିତିକି, ଅଭୟାରଣ୍ୟ ସୀମା ଆରମ୍ଭ ହୋଇଥିବା କୃଷ୍ଣକୁମାରପୁରରେ ଏକ ମୁଖଶାଳା ତଥା ଫାଟକ ରହିବ। ସେଠାରେ ବଡ଼ ବଡ଼ ଅକ୍ଷରରେ ସୂଚନା ଫଳକ ଲଗାଯାଇ ଅଭୟାରଣ୍ୟ ମଧ୍ୟ ଦେଇ ଯାଉଥିବା ଯାନବାହନ ଏବଂ ଜନସାଧାରଣଙ୍କୁ ସଚେତନ ପାଇଁ ନିୟମାବଳୀ ଉଲ୍ଲେଖ କରାଯିବ। ସେହିପରି ପାଟ୍ରୋଲିଂରେ ନିୟୋଜିତ କର୍ମଚାରୀ ଉକ୍ତ ସ୍ଥାନରେ ଗାଡ଼ି ଯାଞ୍ଚ କରିବେ। ବନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ୨୦୧୫ରୁ ଯାଇଛି। ହେଲେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ସେସବୁ ନାଲିଫିତା ତଳେ ବନ୍ଦ ପଡ଼ିଛି। ଅପରପକ୍ଷେ ବର୍ଷତମାମ ଅଭୟାରଣ୍ୟ ଦେଇ କପିଳାସ ଶୈବପୀଠକୁ ଶ୍ରଦ୍ଧାଳୁମାନେ ଯାତାୟାତ କରିଥାନ୍ତି। ସେମାନଙ୍କ ଦ୍ୱାରା କରାଯାଉଥିବା ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ଅଭୟାରଣ୍ୟ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ଉପରେ ପଡୁଛି। ଏହାକୁ ରୋକିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ହେଲେ ଦୁଇ ତିନୋଟି ସ୍ଥାନରେ ଛୋଟ ଛୋଟ ସୂଚନା ଫଳକ ଲଗାଇ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ପରିବେଶବିତ୍‌ କ୍ଷୋଭ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri