Categories: ରାୟଗଡା

ବିଷଖାଇ ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ, ୧।୫(ଡି.ଏନ୍‌.ଏ.): ଡାବୁଗାଁ ଜୟନ୍ତ ନଗରର ସୁରେନ୍ଦ୍ର ଖୁଣ୍ଟିଆ(୩୬) ବୁଧବାର ବିଷଖାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ତାଙ୍କ ବଡ଼ଭାଇ ପ୍ରମୋଦ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ପ୍ରକାଶ ଯେ, ସୁରେନ୍ଦ୍ର ମଙ୍ଗଳବାର ରାତିରେ ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ତାଙ୍କ ଦୋକନରୁ ଘରକୁ ଫେରିଥିଲେ। କିନ୍ତୁ ବୁଧବାର ସକାଳୁ ପରିବାର ଲୋକେ ତାଙ୍କ ମୃତଦେହ ଘର ବାରିପଟୁ ଉଦ୍ଧାର କରିଥିଲେ। ସୁରେନ୍ଦ୍ରଙ୍କ ପାଟିରୁ ଫେଣ ବାହାରୁଥିବବାରୁ ସେ ବିଷଖାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଖବରପାଇ ଡାବୁଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏ ନେଇ ଡାବୁଗାଁ ଥାନାରେ ୧୭/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଏଏସ୍‌ଆଇ ସଲମନ୍‌ ଭୂୟାଁ କହିଛନ୍ତି।