ବିଷକୁମ୍ଭମ୍‌ ପୟୋମୁଖମ୍‌

ହରିଶଙ୍କର ମିଶ୍ର

ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ମଧୁର ବିନୟ ବଚନ। କହି ତୋଷିବ ଜନମନ’। ବିଜ୍ଞ ଜନମାନେ କୁହନ୍ତି, ଆମ ଜିହ୍ବାରେ ଅମୃତ ଓ ବିଷ ଉଭୟ ରହିଥାଏ। କଥାକୁ ଠିକ୍‌ ଢଙ୍ଗରେ ପ୍ରୟୋଗକଲେ ଶତ୍ରୁ ନିଜର ହୋଇପାରେ। ସେଥିରୁ ବିଚ୍ୟୁତ ହେଲେ ମିତ୍ର ଶତ୍ରୁ ହୋଇଥାଏ। ମଧୁର ବଚନ କହିବାରେ କେହି କୃପଣ ଭାବ ନ ଦେଖାଇବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଛନ୍ତି। ଏହି ମଧୁର ବଚନ କେବଳ ସାମାଜିକ ସଂହତି ପାଇଁ ଉପଯୋଗୀ ଥିବାବେଳେ ଏବେ ଏହା ଅନେକଙ୍କ ପାଇଁ ଏଭଳି ଅନୁସରଣୀୟ ହୋଇଯାଇଛି ଯେ ସେମାନେ କେଉଁ କଥାଶୈଳୀ ମାଧ୍ୟମରେ କାହାକୁ ପ୍ରଭାବିତ କରିପାରିବେ ସେଥିପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସ୍ପଷ୍ଟ ହେଉଛି। ଆମ ଦେଶର ବିଚିତ୍ର ଗଣତନ୍ତ୍ର ବ୍ୟବସ୍ଥାରେ ଜନସଂଖ୍ୟାର ୩୦ ଶତାଂଶ ଭୋଟରଙ୍କ ସମର୍ଥନ ପାଇଥିବା ବ୍ୟକ୍ତି ମଧ୍ୟ ପଞ୍ଚାୟତରୁ ପାର୍ଲାମେଣ୍ଟର ସଭ୍ୟ ହେବାକୁ ଯୋଗ୍ୟ ହୋଇଥାଆନ୍ତି। ନିର୍ବାଚନ ପରେ କ୍ଷମତା ପାଉଥିବା ବ୍ୟକ୍ତିଙ୍କ ସହ ତାଙ୍କର ରାଜନୈତିକ ଦଳର ତଳୁ ଉପର ସ୍ତର ଯାଏ ଥିବା ବ୍ୟକ୍ତିମାନେ କ୍ଷମତାର ଯଥେଷ୍ଟ ଉପଯୋଗ ଓ ଉପଭୋଗ କରୁଥିବା ସମସ୍ତେ ଜାଣନ୍ତି। କିନ୍ତୁ ସେଇ ନିର୍ବାଚିତ ପ୍ରତିନିଧିମାନେ ନିଜକୁ ସମ୍ପୂର୍ଣ୍ଣ ଦେଶ , ରାଜ୍ୟ ବା ନିର୍ବାଚିତ କରିଥିବା ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ନିଜକୁ ସମର୍ପଣ କରୁଥିବା କହିବାରେ ସାମାନ୍ୟ ଦ୍ବିଧା ପ୍ରକାଶ କରନ୍ତି ନାହିଁ। ଆମ ରାଜ୍ୟର ଲୋକସଂଖ୍ୟା ୨୦୧୧ ଜନ ଗଣନାରେ ୪ କୋଟି ୨୦ଲକ୍ଷ ଥିଲା। ୨୦୨୧ରେ କରୋନା ସଂକ୍ରମଣ ଯୋଗୁ ଜନଗଣନା ହୋଇ ନ ଥିଲେ ବି ଗାଣିତିକ ବୃଦ୍ଧି ଆଧାରରେ ଏହି ବର୍ଷରେ ୪କୋଟି ୭୦ଲକ୍ଷ, ୨୦୨୨ରେ ୪କୋଟି ୭୫ ଲକ୍ଷ ଏବଂ ତାହା ୨୦୨୩ ରେ ୪କୋଟି ୭୯ ଲକ୍ଷ ଆକଳନ କରାଯାଇଛି। କିନ୍ତୁ ଆମ ରାଜ୍ୟର ପ୍ରତ୍ୟେକ ରାଜନୈତିକ ଦଳୀୟ ନେତା ୨୦୧୯ର ଜନସଂଖ୍ୟା ଆଧାରରେ ରାଜନୈତିକ ଭାଷଣ ମାଧ୍ୟମରେ ସାଢ଼େ ୪କୋଟି ଓଡ଼ିଆଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ସେମାନଙ୍କ ସ୍ବାର୍ଥ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଘୋଷଣା କରିଥାନ୍ତି।
ରାଜ୍ୟର ସୀମାନ୍ତ ଅଞ୍ଚଳ ପଡ଼ୋଶୀ ରାଜ୍ୟ କବଳିତ ହେଉଥିବା ବେଳେ ରାଜ୍ୟର ପ୍ରତ୍ୟେକ ଇଞ୍ଚ ଜାଗା ସୁରକ୍ଷିତ ରହିଛି ଏବଂ ପଡ଼ୋଶୀ ରାଜ୍ୟ ବିଦ୍ୟାଳୟରେ ଓଡ଼ିଆ ଭାଷା ଉଚ୍ଛେଦ ସତ୍ତ୍ୱେ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀଙ୍କ ଭାଷା ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସଚେତନ ବୋଲି କହିବା କେବଳ ସତ୍ୟର ଅପଳାପ- ଏହା କହି ଲୋକଙ୍କୁ ପ୍ରଭାବିତ କରାଯିବା ସେଇ ମଧୁର ବଚନର ନମୁନା। ଆମ ରାଜ୍ୟର ଖଣିଜ ସମ୍ପଦକୁ ଈଶ୍ୱରଙ୍କ ବରଦାନ ଏବଂ ଏହାର ଠିକ୍‌ ଉପଯୋଗ କରାଯାଇପାରିଲେ ଆମେ ଏକ ବିକଶିତ ଓ ଦେଶରେ ଶ୍ରେଷ୍ଠ ରାଜ୍ୟ ଗଠନ କରିପାରିବା ବୋଲି ଯେଉଁମାନେ ମଧୁରବାଣୀରେ ଆମକୁ ସ୍ବପ୍ନ ଦେଖାନ୍ତି ସେଇମାନେ ରାଜ୍ୟର ଖଣି-ପାଣି-ଜଙ୍ଗଲ ଲୁଟିର ମହାନାୟକ ହୁଅନ୍ତି। ଦାଦନ ଓ ଦୁର୍ନୀତିରେ ପ୍ରତିଷ୍ଠିତ ମାନ୍ୟତା ପାଇଥିବା ରାଜ୍ୟରେ ଦୁର୍ନୀତିର ଶୂନ୍ୟ ସହନଶୀଳତା ଓ ଜଣେ କେହି ଦାଦନ ଶ୍ରମିକ ରହିବେ ନାହିଁ ବା କାହାରିକୁ ଖାଦ୍ୟ ଓ ଚିକିତ୍ସା ବିନା ମରିବାକୁ ଦିଆଯିବ ନାହିଁ ପରି ବଚନ ନିଶ୍ଚିତ ଶ୍ରୁତିମଧୁର। ୨୦୨୨ ପରେ ରାଜ୍ୟରେ ଗୋଟିଏ ଚାଳଘର ରହିବ ନାହିଁ ବୋଲି ହୋଇଥିବା ଘୋଷଣା କେତେଜଣ ବ୍ୟକ୍ତିଙ୍କୁ ଆମୋଦିତ ସହ ସେମାନଙ୍କ ମନରେ ନୂତନ ଘର ପ୍ରାପ୍ତି ଆଶା ସଞ୍ଚାର କରିଥିଲା। କିନ୍ତୁ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥିବା ଚାଳଘର ବୋଧହୁଏ ଦୃଷ୍ଟିଗୋଚର ହେଉନାହିଁ।
ପୁରୀରେ ଐତିହ୍ୟ କରିଡର ନାମରେ ବହୁ ଶତାଧିକ ବର୍ଷର ଐତିହ୍ୟ ଧ୍ବଂସ ପାଇଁ ନୀଳନକ୍ସା ତିଆରି, ସେଥିପାଇଁ ଆବଶ୍ୟକ ଜାଗା ପାଇଁ ସ୍ଥିତିବାନ୍‌ ସ୍ବତ୍ବକୁ ଏଡ଼ାଇ ଦଖଲରେ ଥିବା ବ୍ୟକ୍ତିମାନଙ୍କୁ ଜମି ଓ ଘର ମୂଲ୍ୟର ବହୁଗୁଣ ଅର୍ଥ କୋଟି କୋଟି ଟଙ୍କାରେ ଏବଂ ବିକଳ୍ପ ଜାଗା ପ୍ରଦାନ କରାଗଲା। ଏହା ସତ୍ତ୍ୱେ ପୁରୀର ବିକାଶ ଅତୁଳନୀୟ ଓ ଐତିହାସିକ ବୋଲି ପ୍ରଶଂସା ସାଉଁଟିବାର ପ୍ରଚେଷ୍ଟା ମୂଳରେ କଥାର ମାଧୁର୍ଯ୍ୟ ହିଁ ମୁଖ୍ୟ ମାଧ୍ୟମ। ସ୍କୁଲରୁ ଅଧାରେ ପାଠ ଛାଡୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଓଡ଼ିଶାରେ ୧ ନମ୍ବର ବୋଲି ତଥ୍ୟଭିତ୍ତିକ ପ୍ରମାଣ ପ୍ରକାଶ ସତ୍ତ୍ୱେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଓ ଶୈକ୍ଷିକ ଦକ୍ଷତା ବୃଦ୍ଧି ପରିବର୍ତ୍ତେ ସ୍କୁଲ ରୂପାନ୍ତରଣର ଅଭିନବ ପ୍ରକ୍ରିୟା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଶିକ୍ଷକ ଏଂ ଅଧ୍ୟାପକ ଅଭାବରୁ ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମ ସରି ନ ଥିବାରୁ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ ଚିନ୍ତିତ ଅଛନ୍ତି। କିନ୍ତୁ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା ମଧ୍ୟ ଅଭିନବ ମଧୁର ବାର୍ତ୍ତା। ଆଗାମୀ ଫେବୃୟାରୀରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ନୂତନ ପ୍ରୟାସ ଶୃତିମଧୁର ହୋଇପାରେ। ରାଜ୍ୟରେ ନାରୀ ନିର୍ଯାତନା ଏବଂ ଅନେକ ରହସ୍ୟମୟ ହତ୍ୟାର ନଥି ଭିନ୍ନ ଦିଗକୁ ନେବାରେ ଦକ୍ଷତା ଯୋଗୁ ତୁଳନାତ୍ମକ ପରିସଂଖ୍ୟାନ ମାଧ୍ୟମରେ କମ୍‌ ଆପରାଧିକ ରାଜ୍ୟ ଭାବେ ଉପସ୍ଥାପନା ମଧୁର ବଚନ ହୋଇଛି। ଏଠାରେ କିନ୍ତୁ ଅମୃତ ବା ମଧୁର ବଚନ ଯେଉଁ ଉଦ୍ଦେଶ୍ୟରେ କୁହାଯାଏ ତା’ର ଘୋର ଉଲ୍ଲଂଘନ ଏବଂ ସ୍ବାର୍ଥ ସାଧନ ପାଇଁ ପ୍ରୟୋଗ ହେଉଥିବା ନିଶ୍ଚିତ ହେଉଛି। ବିଜ୍ଞଜନମାନେ ମଧ୍ୟ ଏହି ଚେତାବନୀ ଦେଇଛନ୍ତି ଯେ ସବୁଦିନ ପାଇଁ ସୁଲୋକଙ୍କୁ ପ୍ରଭାବିତ କରାଯାଇ ନ ପାରେ। ଯେଉଁଦିନ ମଧୁର ବଚନ ମାୟାରୁ ମୁକ୍ତହୋଇ ଜନତା ଜନାର୍ଦ୍ଦନ ବାସ୍ତବତାକୁ ଅନୁଭବ କରିବେ ସେଦିନ ମଧୁର ବଚନ ନିଶ୍ଚିତ ‘ବିଷକୁମ୍ଭମ୍‌ ପୟୋମୁଖମ୍‌’ ବା ପାଟିରେ ମଧୁର ଅନ୍ତରେ ଜହରର ପର୍ଦ୍ଦାଫାଶ ହୋଇଯିବ, ଏଥିରେ ସନ୍ଦେହ ନାହିଁ।
ଗୁଣ୍ଡିଚା ବିହାର, ପୁରୀ ମୋ:୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri