ବିଶ୍ୱ ସଂସ୍କୃତ ସପ୍ତାହ ଦିବସ

ମ.ରାମପୁର,୯।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ମ.ରାମପୁର ଉଚ୍ଚ ବିଦ୍ୟାପୀଠ ସଂସ୍କୃତ ଶିକ୍ଷକ ସମୂହ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାର୍ଥନା ଗୃହଠାରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଇଛି । ଶ୍ରାବଣ ମାସ ପୂର୍ଣ୍ଣମୀ ଦିନ ଭବାନୀପାଟଣାଠାରେ ଜିଲାସ୍ତରୀୟ ଉତ୍ସବ ପାଳନ ପୂର୍ବରୁ ଏଠାରେ ସପ୍ତାହ ଉତ୍ସବ ଆରମ୍ଭ ହୋଇଯାଇଛି। ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ମାୟାଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଏବିଇଓ ଗୋବର୍ଦ୍ଧନ ମାଝି ମୁଖ୍ୟଅତିଥି, ସମ୍ପାଦକ ବିଦ୍ୟାମନ୍ଦିର ରାଜନ ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତି, ପରମ୍ପରା, ବେଦ, ବେଦାଙ୍ଗ, ଉପନିଷଦ ଆଦିକୁ ଅବତାରଣା ଦେଇ ବିଶ୍ୱ କୁଟୁମ୍ବ ଉପରେ ଧାରା ବର୍ଣ୍ଣନା କରିଥିଲେ। ସହଦେବ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ମ.ରାମପୁର, କେନ୍ଦୁବନ୍ଧ, ଅଲାତରା, ନୁନପୁର ଆଦି ହାଇସ୍କୁଲ ଛାତ୍ରୀଛାତ୍ର ଯୋଗଦେଇ ସଂସ୍କୃତ କବିତା ପାଠ କରିଥିଲେ ।