Categories: ରାଜ୍ୟ

ବିଶ୍ୱ ଯୋଗ ଦିବସରେ ଈଶ୍ୱରଙ୍କ କଳାକୃତି: ପେନ୍‌ସିଲ ମୁନ୍‌ରେ ୧ ସେଣ୍ଟିମିଟର ଉଚ୍ଚ ଯୋଗ ପ୍ରତିକୃତି

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲା ଜଟଣୀ ଗୋପିନାଥପୁରର ଶିଳ୍ପୀ ଏଲ୍‌.ଈଶ୍ୱର ରାଓ ପେନ୍‌ସିଲ ମୁନରେ ୧ ସେଣ୍ଟିମିଟର ଯୋଗ ପ୍ରତିକୃତି କରିଛନ୍ତି। ଏହାକୁ କରିବାକୁ ତାଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ସମୟରେ ଯୋଗକୁ ଅଧିକ ପ୍ରଚାର ଓ ପ୍ରସାର କରାଯିବାର ଆବଶ୍ୟକତା ରହିଛି ବୋଲି ଈଶ୍ୱର ପ୍ରତିକ୍ରିୟାରେ କହିଛନ୍ତି। ତେବେ ସେ କେବଳ ପେନ୍‌ସିଲ ନୁହେଁ, ବୋତଲ-ଧାନ-ଅନ୍ୟାନ୍ୟ ମଞ୍ଜି-ଦିଆସିଲ୍‌ କାଠି ଆଦିରେ କଳାକୃତି କରି ଆସୁଛନ୍ତି।