ବିଶ୍ୱ ବ୍ୟାଙ୍କ ଇଜ୍‌ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗ: ୬୩ରେ ଭାରତ

ନୂଆଦିଲ୍ଲୀ,୨୫-୧୦: ଗୁରୁବାର ପ୍ରକାଶ ପାଇଥିବା ବିଶ୍ୱ ବ୍ୟାଙ୍କ ଇଜ୍‌ ଡୁଇଙ୍ଗ ବିଜ୍‌ନେସ ର଼୍ୟାଙ୍କିଙ୍ଗରେ ଭାରତ ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ରହିଛି। ବିଗତ ବର୍ଷ ଗୁଡିକରେ ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା ଯୋଗୁ ଭାରତ ଏହାର ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣି ପାରିଥିବା ବଜାର ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଗତ ବର୍ଷ ଗୁଡିକରେ ସରକାର ୪ ନୂଆ ବାଣିଜ୍ୟ ସଂସ୍କାର ଲାଗୁ କରିଥିଲେ। ଏହାଫଳରେ ଲଗାତାର ଭାବେ ତୃତୀୟ ବର୍ଷ ଲାଗି ଶୀର୍ଘ ୧୦ ଉନ୍ନତକାରୀ ଦେଶ ମଧ୍ୟରେ ଏହା ସାମିଲ ହୋଇପାରିଛି। ଗତ ବର୍ଷ ଭାରତ ୭୭ତମ ର଼୍ୟାଙ୍କରେ ଥିବା ବେଳେ ଚଳିତ ବର୍ଷ ଏଥିରେ ବିଶେଷ ଉନ୍ନତି ହୋଇଥିବା ବିଶ୍ୱବ୍ୟାଙ୍କର ଡୁଇଙ୍ଗ ବିଜନେସ ୨୦୨୦ ଷ୍ଟଡିରେ ପ୍ରକାଶ ପାଇଛି।
ବ୍ୟବସାୟ ଆରମ୍ଭ ଲାଗି ଭାରତ ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ଧାରା ମଧ୍ୟରେ ନିର୍ମାଣ ଅନୁମତି, ଇନ୍‌ସଲଭେନ୍ସି, ସାରା ଦେଶରେ ସୁଗମ ବାଣିଜ୍ୟ ପ୍ରଭୃତି ସ୍ଥାନିତ ହୋଇଥିବା ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୨୦୧୮-୧୯ରେ ଭାରତ ୫୯ ନିୟାମକ ସଂସ୍କାର ଲାଗୁ କରିଛି। ବିଶ୍ୱ ସ୍ତରରେ ଲାଗୁ ହୋଇଥିବା ମୋଟ ସଂସ୍କାର ପଦକ୍ଷେପର ଏହା ଏକ ପଞ୍ଚମାଂଶ। ଭାରତ ଏହି ତାଲିକାରେ ବିଗତ ଦିନଗୁଡିକରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିବା ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି। ଏକ ବିଶାଳ ରାଷ୍ଟ୍ର ସତ୍ତ୍ୱେ ଦୃଢ ନେତୃତ୍ୱ, କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ନିରନ୍ତର ସଂସ୍କାର ପ୍ରକ୍ରିୟା ଦ୍ୱାରା ଏ କ୍ଷେତ୍ରରେ ଆଗକୁ ବଢିବାରେ ସହାୟକ ହୋଇଛି ବୋଲି ବିଶ୍ୱ ବ୍ୟାଙ୍କର କଣ୍ଟ୍ରି ନିର୍ଦ୍ଦେଶକ ଜୁନେଦ ଅହମ୍ମଦ କହିଛନ୍ତି। ତାଲିକାରେ ଆହୁରି ଉନ୍ନତି କରିବା ଲାଗି ଉକ୍ତ ଧାରାକୁ ବଜାୟ ରଖିବାକୁ ହେବ ବୋଲି ସେ ମତ ଦେଇଛନ୍ତି।
ଭାରତ ସରକାର ୨୦୧୬ରେ ଲାଗୁ କରିଥିବା ଇନସଲଭେନ୍ସ ଆଇନ କର୍ପୋରେଟ କ୍ଷେତ୍ରରେ ଅନେକ ସଂସ୍କାର ଆଣିଛି। ଏହା ଲାଗୁ କରାଇବା ବେଳେ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଥିବା ବେଳେ ଇନ୍‌ସଲଭେନ୍ସି ପରିସରକୁ ଅନେକ କମ୍ପାନୀ ଆସି ପାରିଛନ୍ତି। ଏହି ଆଇନ ଦ୍ୱାରା ଋଣ ପ୍ରଦାନକାରୀଙ୍କ ଋଣ ଅସୁଲି ହାର ୨୬.୫%ରୁ ୭୧.୬%କୁ ବୃଦ୍ଧି ଘଟିଛି। ଦକ୍ଷିଣ ଏସିଆରେ ଭାରତ ସଂସ୍କାର କ୍ଷେତ୍ରରେ ଏକ ବେଷ୍ଟ ପରଫରମର ହୋଇପାରିଥିବା ଜଣାପଡ଼ିଛି। ଓୟାରହାଉସ ନିର୍ମାଣ ଶେଷ କରିବା ପ୍ରକ୍ରିୟାରେ ସୁଧାର ଏବଂ ବିଲଡିଂ କ୍ୱାଲିଟି କଣ୍ଟ୍ରୋଲରେ ମଧ୍ୟ ଉନ୍ନତି ହୋଉଛି। ଦେଶ ମଧ୍ୟରେ କମ୍ପାନୀଗୁଡିକ ଲାଗି ଆମଦାନୀ ଏବଂ ରପ୍ତାନି ନିୟମକୁ ସରଳୀକରଣ କରାଯାଇଛି। ଏଭଳି ବିଭିନ୍ନ ଆଖି ଦୃଶିଆ ପଦକ୍ଷେପ ସତ୍ତ୍ୱେ ଭାରତ ଆଉ କିଛି କ୍ଷେତ୍ରରେ ପଛୁଆ ରହିଛି। ଏନଫୋର୍ସିଂ କଣ୍ଟ୍ରାକ୍ଟ କ୍ଷେତ୍ରରେ ୧୬୩ତମ, ସମ୍ପତ୍ତି ପଞ୍ଜିକରଣରେ ଏହା ୧୫୪ତମରେ ରହିଛି। ଏହି ପଞ୍ଜିକରଣ ଲାଗି ୫୮ ଦିନ ସମୟ ଲାଗୁଛି। ସ୍ଥାନୀୟ ନ୍ୟାୟାଳୟ ଦ୍ୱାରା କୌଣସି ବାଣିଜି୍ୟକ ବିବାଦର ସମାଧାନ କରିବାକୁ ୧୪୪୫ ଦିନ ସମୟ ଲାଗୁଛି। ୨୦୧୯ ସର୍ଭେରେ ଭାରତ ୬୭.୨୩% ସ୍କୋର କରିଥିବା ବେଳେ ୨୦୨୦ରେ ଏହା ୭୧% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri