ବିଶ୍ୱ ବ୍ୟାଙ୍କ ଇଜ୍‌ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗ: ୬୩ରେ ଭାରତ

ନୂଆଦିଲ୍ଲୀ,୨୫-୧୦: ଗୁରୁବାର ପ୍ରକାଶ ପାଇଥିବା ବିଶ୍ୱ ବ୍ୟାଙ୍କ ଇଜ୍‌ ଡୁଇଙ୍ଗ ବିଜ୍‌ନେସ ର଼୍ୟାଙ୍କିଙ୍ଗରେ ଭାରତ ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ରହିଛି। ବିଗତ ବର୍ଷ ଗୁଡିକରେ ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା ଯୋଗୁ ଭାରତ ଏହାର ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣି ପାରିଥିବା ବଜାର ବିଶେଷଜ୍ଞମାନେ ମତ ରଖିଛନ୍ତି। ବିଗତ ବର୍ଷ ଗୁଡିକରେ ସରକାର ୪ ନୂଆ ବାଣିଜ୍ୟ ସଂସ୍କାର ଲାଗୁ କରିଥିଲେ। ଏହାଫଳରେ ଲଗାତାର ଭାବେ ତୃତୀୟ ବର୍ଷ ଲାଗି ଶୀର୍ଘ ୧୦ ଉନ୍ନତକାରୀ ଦେଶ ମଧ୍ୟରେ ଏହା ସାମିଲ ହୋଇପାରିଛି। ଗତ ବର୍ଷ ଭାରତ ୭୭ତମ ର଼୍ୟାଙ୍କରେ ଥିବା ବେଳେ ଚଳିତ ବର୍ଷ ଏଥିରେ ବିଶେଷ ଉନ୍ନତି ହୋଇଥିବା ବିଶ୍ୱବ୍ୟାଙ୍କର ଡୁଇଙ୍ଗ ବିଜନେସ ୨୦୨୦ ଷ୍ଟଡିରେ ପ୍ରକାଶ ପାଇଛି।
ବ୍ୟବସାୟ ଆରମ୍ଭ ଲାଗି ଭାରତ ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ଧାରା ମଧ୍ୟରେ ନିର୍ମାଣ ଅନୁମତି, ଇନ୍‌ସଲଭେନ୍ସି, ସାରା ଦେଶରେ ସୁଗମ ବାଣିଜ୍ୟ ପ୍ରଭୃତି ସ୍ଥାନିତ ହୋଇଥିବା ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୨୦୧୮-୧୯ରେ ଭାରତ ୫୯ ନିୟାମକ ସଂସ୍କାର ଲାଗୁ କରିଛି। ବିଶ୍ୱ ସ୍ତରରେ ଲାଗୁ ହୋଇଥିବା ମୋଟ ସଂସ୍କାର ପଦକ୍ଷେପର ଏହା ଏକ ପଞ୍ଚମାଂଶ। ଭାରତ ଏହି ତାଲିକାରେ ବିଗତ ଦିନଗୁଡିକରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିବା ବ୍ୟାଙ୍କ ରିପୋର୍ଟରେ ପ୍ରକାଶ କରିଛି। ଏକ ବିଶାଳ ରାଷ୍ଟ୍ର ସତ୍ତ୍ୱେ ଦୃଢ ନେତୃତ୍ୱ, କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ନିରନ୍ତର ସଂସ୍କାର ପ୍ରକ୍ରିୟା ଦ୍ୱାରା ଏ କ୍ଷେତ୍ରରେ ଆଗକୁ ବଢିବାରେ ସହାୟକ ହୋଇଛି ବୋଲି ବିଶ୍ୱ ବ୍ୟାଙ୍କର କଣ୍ଟ୍ରି ନିର୍ଦ୍ଦେଶକ ଜୁନେଦ ଅହମ୍ମଦ କହିଛନ୍ତି। ତାଲିକାରେ ଆହୁରି ଉନ୍ନତି କରିବା ଲାଗି ଉକ୍ତ ଧାରାକୁ ବଜାୟ ରଖିବାକୁ ହେବ ବୋଲି ସେ ମତ ଦେଇଛନ୍ତି।
ଭାରତ ସରକାର ୨୦୧୬ରେ ଲାଗୁ କରିଥିବା ଇନସଲଭେନ୍ସ ଆଇନ କର୍ପୋରେଟ କ୍ଷେତ୍ରରେ ଅନେକ ସଂସ୍କାର ଆଣିଛି। ଏହା ଲାଗୁ କରାଇବା ବେଳେ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିଥିବା ବେଳେ ଇନ୍‌ସଲଭେନ୍ସି ପରିସରକୁ ଅନେକ କମ୍ପାନୀ ଆସି ପାରିଛନ୍ତି। ଏହି ଆଇନ ଦ୍ୱାରା ଋଣ ପ୍ରଦାନକାରୀଙ୍କ ଋଣ ଅସୁଲି ହାର ୨୬.୫%ରୁ ୭୧.୬%କୁ ବୃଦ୍ଧି ଘଟିଛି। ଦକ୍ଷିଣ ଏସିଆରେ ଭାରତ ସଂସ୍କାର କ୍ଷେତ୍ରରେ ଏକ ବେଷ୍ଟ ପରଫରମର ହୋଇପାରିଥିବା ଜଣାପଡ଼ିଛି। ଓୟାରହାଉସ ନିର୍ମାଣ ଶେଷ କରିବା ପ୍ରକ୍ରିୟାରେ ସୁଧାର ଏବଂ ବିଲଡିଂ କ୍ୱାଲିଟି କଣ୍ଟ୍ରୋଲରେ ମଧ୍ୟ ଉନ୍ନତି ହୋଉଛି। ଦେଶ ମଧ୍ୟରେ କମ୍ପାନୀଗୁଡିକ ଲାଗି ଆମଦାନୀ ଏବଂ ରପ୍ତାନି ନିୟମକୁ ସରଳୀକରଣ କରାଯାଇଛି। ଏଭଳି ବିଭିନ୍ନ ଆଖି ଦୃଶିଆ ପଦକ୍ଷେପ ସତ୍ତ୍ୱେ ଭାରତ ଆଉ କିଛି କ୍ଷେତ୍ରରେ ପଛୁଆ ରହିଛି। ଏନଫୋର୍ସିଂ କଣ୍ଟ୍ରାକ୍ଟ କ୍ଷେତ୍ରରେ ୧୬୩ତମ, ସମ୍ପତ୍ତି ପଞ୍ଜିକରଣରେ ଏହା ୧୫୪ତମରେ ରହିଛି। ଏହି ପଞ୍ଜିକରଣ ଲାଗି ୫୮ ଦିନ ସମୟ ଲାଗୁଛି। ସ୍ଥାନୀୟ ନ୍ୟାୟାଳୟ ଦ୍ୱାରା କୌଣସି ବାଣିଜି୍ୟକ ବିବାଦର ସମାଧାନ କରିବାକୁ ୧୪୪୫ ଦିନ ସମୟ ଲାଗୁଛି। ୨୦୧୯ ସର୍ଭେରେ ଭାରତ ୬୭.୨୩% ସ୍କୋର କରିଥିବା ବେଳେ ୨୦୨୦ରେ ଏହା ୭୧% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri