Categories: ଗଞ୍ଜାମ

ବିଶ୍ୱ କାମଳ ରୋଗ ଦିବସ: ଗଞ୍ଜାମରେ ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ୍‌,୨୮।୭: ଗଞ୍ଜାମ ଜିଲାରେ କାମଳ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରବିବାର ବିଶ୍ୱ କାମଳ ରୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରି ଆଇଇସି ହଲ୍‌ ଠାରେ ପହଞ୍ଚିଥିଲା । ସେଠାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜରେ ମାଗଣାରେ କାମଳ ରୋଗର ଚିକିତ୍ସା ହୋଇପାରୁଥିବା ଡା. ପାଣିଗ୍ରାହୀ କହିଥିଲେ।
ଏଥିରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଜନସ୍ବାସ୍ଥ୍ୟ) ଡା. ହିମାଂଶୁବାଳା ପଟ୍ଟନାୟକ, ଏବଂ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧୀକାରୀ(ରୋଗ ନିୟନ୍ତ୍ରଣ) ଡା. ଅବନୀ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।