‘ବିଶ୍ୱସ୍ତ, କ୍ରିୟାଶୀଳ ହେଉ ଶାସନତନ୍ତ୍ର’

ଭୋଗରାଇ, ୧୩।୧(ପ୍ରଦୀପ ଦାସ)-ସନାତନ ଧର୍ମ ସମସ୍ତ ଧର୍ମର ଆଧାର। ଏହାର ବିକଳ୍ପ ନାହଁି କି ଶେଷ ନାହଁି। ସମଗ୍ର ବିଶ୍ୱରେ ଅଧର୍ମୀମାନଙ୍କ ଦୌରାମତ୍‌ୟ ବଢ଼ିଚାଲିଥିବା ବେଳେ ଧାର୍ମିକ ଓ ଆଧ୍ୟାମତ୍ିକ ବ୍ୟକ୍ତିବିଶେଷ ସୁରକ୍ଷିତ ନୁହନ୍ତି। ସମାଜରେ ଅରାଜକତା, ନୀତିହୀନ ରାଜନୀତି, ଅସାମାଜିକ କ୍ରିୟାକଳାପ ବଢ଼ି ଚାଲୁଥିବାବେଳେ ରାଷ୍ଟ୍ରଭକ୍ତମାନେ ଅଣ୍ଟା ଭିଡ଼ିବାକୁ ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଗଙ୍ଗା ସାଗରରେ ମକର ବୁଡ଼ ପକାଇବା ଉଦ୍ଦେଶ୍ୟରେ ଆସି ସୋମବାର ଏକ ଖବରଦାତା ସମ୍ମିଳନୀରେ ମତପ୍ରକାଶ କରିଛନ୍ତି।
ଗୁରୁଜୀ କହିଥିଲେ ଯେ, ଦିଶାହୀନ ରାଜନୀତି ଆମଦେଶକୁ କଳୁଷିତ କରୁଛି। ଆଧୁନିକ ଯୁଗରେ ଶାସନତନ୍ତ୍ର ବିଶ୍ୱସ୍ତ ଓ କ୍ରିୟାଶୀଳ ହେବାରେ ସକ୍ଷମ ହେଉନାହଁି। ଯାହାକି ଆମ ସଂସ୍କୃତି ଉପରେ କୁଠାରାଘାତ ସଦୃଶ୍ୟ। ଭାରତ ସମେତ ନେପାଳ, ଭୁଟାନ ଦେଶକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ। ଏହା ଦ୍ୱାରା ଶ୍ରୀକ୍ଷେତ୍ର ପୁରୀ ସହିତ ସାରା ଭାରତରେ ଧାର୍ମିକ, ଆଧ୍ୟାମତ୍ିକ ଓ ମାନବବାଦ ବାତାବରଣ ପ୍ରତିଷ୍ଠା ହେବ। ବିକାଶଧାରାର ସୁପଳ ମିଳିବ। ପୁରୀ ଗୋବର୍ଦ୍ଧନ ପୀଠର ପରିସୀମା ଗଙ୍ଗାସାଗର ଅଧୀନରେ ଥିବାରୁ ଏହି ଧାର୍ମିକ ସ୍ଥାନକୁ କେନ୍ଦ୍ରସରକାର ଜାତୀୟ ତୀର୍ଥ ସ୍ଥାନ ଘୋଷଣା କରନ୍ତୁ ବୋଲି ସେ ମତବ୍ୟକ୍ତ କରିଥିଲେ।