ବିଶ୍ୱସ୍ତରୀୟ ସେବା,ସାମଗ୍ରୀ ଯୋଗାଇବ ଜୟଆଲୁକ୍କାସ୍‌

ଭୁବନେଶ୍ୱର,୭।୧୦:ବିଶ୍ୱର ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ଜୁଏଲେରି ଭାରତ ବଜାରରେ ତା’ର ଅବସ୍ଥିତି ଜାହିର ସାଙ୍ଗକୁ ଶାଖା ବିସ୍ତାର କରିଚାଲିଛି। ଏପରିକି ଖୁବ୍‌ଶୀଘ୍ର ଭୁବନେଶ୍ୱରର ଶହୀଦନଗର(ଜନପଥ)ଠାରେ ତା’ର ପ୍ରଥମ ଷ୍ଟୋର (ଶୋ’ରୁମ୍‌) ଖୋଲିବାକୁ ଯାଉଛି। ବିଶେଷକରି ସହରର ଅଳଙ୍କାରପ୍ରେମୀମାନେ ଶୋ’ରୁମ୍‌ ଉଦ୍‌ଘାଟନ ଅବସରରେ ଆକର୍ଷଣୀୟ ଅଫର ପାଇପାରିବେ। ଏହି ଅତ୍ୟାଧନୁକି ଶୋ’ରୁମ୍‌ ବିଶ୍ୱସ୍ତରୀୟ ଶୈଳୀ ଅନୁଯାୟୀ ଡିଜାଇନ ହୋଇଛି। ଏଥିରେ ରହିଥିବା ପ୍ରିମିୟମ ବୈଶିଷ୍ଟ୍ୟ ଓ ସୁବିଧା ଅଳଙ୍କାର ପ୍ରେମୀମାନଙ୍କୁ ସୁଖଦ ତଥା ଅଭିନବ ଶପିଂ ଅନୁଭୂତି ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ ପୂର୍ବାହ୍ନ ୧୧.୩୦ ସମୟରେ ଶୋ’ରୁମ୍‌ର ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ରହିଛି। ଏହାର ଆଧୁନିକ ସାଜସଜ୍ଜା ସହ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥେଷ୍ଟ ଶପିଂ ଏବଂ ପାର୍କିଂ ସ୍ଥାନ ରଖାଯାଇଛି। ଉଦ୍‌ଘାଟନୀ ସମାରୋହ ଅବସରରେ ଆକର୍ଷଣୀୟ ଅଫର ଦିଆଯିବ। ଗ୍ରାହକମାନେ ଶୋ’ରୁମ୍‌ ପରିଦର୍ଶନ କରି ବିଶ୍ୱସ୍ତରୀୟ ଆଧୁନିକ ଏବଂ ଉତ୍କୃଷ୍ଟ ଗହଣା ସମ୍ଭାର ଦେଖିପାରିବେ ଏବଂ ପୂର୍ବରୁ କେବେ ଦେଖି ନ ଥବା ଅତୁଳନୀୟ ଗହଣା କିଣିବାର ଅନୁଭୂତି ମଧ୍ୟ ପାଇପାରିବେ। ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଜୟ ଆଲୁକ୍କାସ୍‌ କହଛନ୍ତି, ଆମେ ଅତୁଳନୀୟ ଗହଣା କିଣିବା ଅନୁଭୂତି ପ୍ରଦାନ କରିବା ଲାଗି ସଙ୍କଳ୍ପବଦ୍ଧ ଏବଂ ଭୁବନେଶ୍ୱରବାସୀ ନିଶ୍ଚିତ ଭାବେ ଏହି ଅନୁଭୂତି ହାସଲ କରିପାରିବେ। ବିଶେଷକରି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ, ଆମେ ସେମାନଙ୍କୁ ଶ୍ରେଷ୍ଠ ଓ ବ୍ୟାପକ ଶ୍ରେଣୀର ଅଳଙ୍କାର ସମ୍ଭାର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ଏଠାକାର ଅଳଙ୍କାରପ୍ରେମୀ ଗ୍ରାହକମାନଙ୍କୁ ପ୍ରିମିୟମ ଏବଂ ବାଧାମୁକ୍ତ ଅନୁଭୂତି ପ୍ରଦାନ କରିବା ଲାଗି ମୋର ସହଯୋଗୀମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଆମ ଷ୍ଟୋରର ସୁନ୍ଦର ବାତାବରଣ, ଗହଣାର ବିସ୍ତୃତ ସମ୍ଭାର, ଶ୍ରେଷ୍ଠତମ ଗ୍ରାହକ ସେବା ସହ ଆକର୍ଷଣୀୟ ଉଦ୍‌ଘାଟନୀ ଅଫର ଓ ଉପହାର ଗ୍ରାହକଙ୍କ ଖୁସିକୁ ଦୁଇଗୁଣିତ କରି ଦେବ। ଶୋ’ରୁମ୍‌ ଉଦ୍‌ଘାଟନୀ ସମାରୋହକୁ ଆସିବା ସହ ଏକ ଆନନ୍ଦଦାୟକ ଅଳଙ୍କାର ଶପିଂ ଅନୁଭୂତି ହାସଲ କରିବା ଲାଗି ମଁୁ ସମସ୍ତ ଭୁବନେଶ୍ୱରବାସୀଙ୍କୁ ସ୍ବାଗତ ଜଣାଉଛି।