Posted inଫୁରସତ

ବିଶ୍ୱର ସବୁଠୁ ଦାମୀ ସାମ୍ବାଦିକା: ବର୍ଷକୁ ଦରମା ନିଅନ୍ତି ୧୪୮ କୋଟି

ବିଶ୍ୱର ସବୁଠାରୁ ଦାମୀ ସାମ୍ବାଦିକଙ୍କ ତାଲିକାର ଶୀର୍ଷରେ ଅଛନ୍ତି ମେଗନ କେଲୀ। ଗତବର୍ଷ ତାଙ୍କୁ ୧୩୩କୋଟି ଟଙ୍କା ଦରମା ମିଳିଥିବା ବେଳେ ଚଳିତ ବର୍ଷ ଏହା ଅଧିକ ୧୫କୋଟି ବଢ଼ିଛି। ଫଳରେ ଏବେ ସେ ବର୍ଷକୁ ୧୪୮ କୋଟି ଟଙ୍କା ଦରମା ପାଇବେ।

ମେଗନ ଜଣେ ଆମେରିକୀୟ ସାମ୍ବାଦିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ସର୍ବଦା ଟିପ୍ପଣୀ ରଖି ସେ ଚର୍ଚ୍ଚାକୁ ଆସିଥିଲେ। ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ପରେ ମେଗାନ ଏପରି କରୁଥିବା କୁହାଯାଏ। ଏବେ ସେ ଟ୍ରମ୍ପଙ୍କ ବିରୋଧରେ ମତ ରଖୁଥିବା ମହିଳାମାନଙ୍କୁ ନେଇ ଟିଭି ଶୋ’ କରୁଛନ୍ତି।

୧୩ ବର୍ଷ ଧରି ମେଗନ ଇଲେକ୍ଟ୍ରୋନିକ୍‌ ମିଡିଆରେ କାମ କରୁଛନ୍ତି। ଏବେ ସେ ଏନ୍‌ବିସି ଚ୍ୟାନେଲରେ ସାମ୍ବାଦିକା ଅଛନ୍ତି। ସେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି। କେବଳ ଯେ ସାମ୍ବାଦିକତା ତାହା ନୁହେଁ ବରଂ ତାଙ୍କ ଫ୍ୟାଶନ୍‌ ସେନ୍‌ସକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri