ବିଶ୍ୱକପ୍‌ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଲଡର୍‌ସ,୧୪।୭- ଚଳିତ ବଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଟସ୍‌ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଠାରେ ଖେଳାଯାଇଥିବା ୪ ବିଶ୍ୱକପ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବିଜୟୀ ହୋଇଛି। ଏହି ରେକର୍ଡକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ।
ନ୍ୟୁଜିଲାଣ୍ଡ ଦଳ: ମାର୍ଟିନ ଗୁପଟିଲ, ହେନ୍‌ରୀ ନିକୋଲାସ, କେନ ଓ୍ବିଲିୟମସନ (ଅଧିନାୟକ), ରସ ଟେଲର, ଜେମ୍ସ ନିଶାମ, ଟମ୍‌ ଲଥାମ (ଉଇକେଟକିପର), କଲିନ ଡେ ଗ୍ରାଣ୍ଡହୋମ, ମିଚେଲ ସାଣ୍ଟନର, ମ୍ୟାଟ୍ଟ ହେନ୍‌ରୀ, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫର୍ଗୁସନ।
ଇଂଲଣ୍ଡ ଦଳ: ଜାସନ ରୟ, ଜନ୍ନି ବେଆରଷ୍ଟୋ, ଜୋ ରୁଟ, ଇଆନ ମୋର୍ଗାନ (ଅଧିନାୟକ), ବେନ ଷ୍ଟୋକ୍ସ, ଜୋସ ବଟଲର (ଉଇକେଟକିପର), କ୍ରିସ ଓ୍ବକ୍ସ, ଲିଆମ ପ୍ଲଙ୍କେଟ, ଜୋଫ୍ରା ଆର୍ଚର, ଆଦିଲ ରସିଦ ଓ ମାର୍କ ଉଡ।

Share