ବିଶୋଇରେ ଭାରତବନ୍ଦ ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚା କର୍ମୀ ଗିରଫ

ବିଶୋଇ,୨୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବିଶୋଇ ବ୍ଲକରେ  ବୁଧବାର ସକାଳ ୬ଟାରୁ ବ୍ଲକସ୍ତରୀୟ ବହୁଜନ କ୍ରାନ୍ତି ମୋର୍ଚ୍ଚାର ବହୁସଂଖ୍ୟକ କର୍ମୀ ୪୯ ନଂ. ଜାତୀୟ ରାଜପଥ ବ୍ଲକ ଛକଠାରେ ଅବରୋଧ କରିଥିଲେ। ଏ ନେଇ ଶତାଧିକ ଟ୍ରକ୍‌, ଯାତ୍ରୀବାହୀ ବସ୍‌ ଚଳାଚଳ ଠପ୍‌ ହୋଇଯାଇଥିଲା। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଝାରସୁଗୁଡ଼ାରୁ ବାରିପଦା ଯାଉଥିବା ସମୟରେ ଉକ୍ତ ଛକଠାରେ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିବା ପରେ ରାସ୍ତା ଅବରୋଧ ହଟିଥିଲା। ବର୍ତ୍ତମାନ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି।