ବିଶିଷ୍ଟ ଚିକିତ୍ସକ ଅମରେଶ୍ୱର ନାୟକଙ୍କ ପରଲୋକ

ଭୁବନେଶ୍ୱର ୧୮।୨(ବ୍ୟୁରୋ): ରାଜ୍ୟର ଜଣେ ବିଶିଷ୍ଟ ହୋମିଓପା୍ୟାଥିକ ଚିକିତ୍ସକ ଭାବେ ପରିଚିତ ଡା.ଅମରେଶ୍ୱର ନାୟକ(୬୮ )ଙ୍କର ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ସପରିବାର ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଜଗତସିଂହପୁର ଜିଲା ନାଉଗଁାସ୍ଥିତ ବାସଭବନକୁ ନିଆଯାଇଥିଲା। ସୋମବାର ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ପୁତ୍ର ଡା. ମହାବାହୁ ନାୟକ ମୁଖାଗ୍ନି ଦେଇଥିଲେ। ସାନ ଝିଅ ମହାଶ୍ୱେତା ଧରିତ୍ରୀର ସହ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଡା. ଅମରେଶ୍ୱର ଜଣେ ସଫଳ ପାରାଲିସିସ ଚିକିତ୍ସକ ସମଗ୍ର ରାଜ୍ୟରେ ଜଣାଶୁଣା ଥିଲେ।