ବିଳମ୍ବ ହେଲା ଯୁକ୍ତ ୨ ଖାତା ମୂଲ୍ୟାୟନ

ବ୍ରହ୍ମପୁର ଅଫିସ୍‌,୧୬ା୫-ଚଳିତ ଥର ଯୁକ୍ତ ୨ ଖାତା ମୂଲ୍ୟାୟନ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହେବାରେ ଲାଗିଛି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ନେଇ ମଧ୍ୟ ସନ୍ଦେହ ଉପୁଜୁଛି । ଅନ୍ୟପଟେ ଅଫ୍‌ଲାଇନ୍‌ ଅପେକ୍ଷା ଅନ୍‌ଲାଇନ୍‌ ଖାତା ମୂଲ୍ୟାୟନରେ ବିଭ୍ରାଟ ଦେଖିବାକୁ ମିଳିଛି। ବିଶେଷକରି ବ୍ରହ୍ମପୁର ଜୋନ୍‌ରେ ଥିବା ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ନିୟମିତ ସମସ୍ୟା ଦେଖାଦେଉଛି। କେଉଁଠି ଇଣ୍ଟର୍‌ନେଟ୍‌ ସଂଯୋଗ ନାହିଁ ତ ପୁଣି କେଉଁଠାରେ ବିଳମ୍ବରେ ମୂଲ୍ୟାୟନ ଆରମ୍ଭ ହେଉଛି। ବୁଧବାର ପରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଥିବା ଇ-ମୂଲ୍ୟାୟନ କେନ୍ଦ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଖାତା ଦେଖା ଅବଦ୍ଧି ବୃଦ୍ଧି ହୋଇଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନ ଥିଲା। ଏଣୁ ଖାତା ଦେଖା ଶେଷ ହୋଇଥିବା ଭାବି କଲେଜ କର୍ତ୍ତୃପକ୍ଷ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ, ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉଚ୍ଚ ପଦସ୍ଥ ଅଧିକାରୀମାନେ ପହଞ୍ଚିବା ପରେ ଖାତା ଦେଖା ଆରମ୍ଭ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଖାତା ଦେଖା ଶେଷ ହୋଇଛି। ମେ’ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଜୋନ ଅଧୀନରେ ୧୧ ମାନୁଆଲ ଏବଂ ୫ଟି ଇ-ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଏକ ଘରୋଇ ସଂସ୍ଥାକୁ ଇ-ମୂଲ୍ୟାୟନ ଦାୟିତ୍ୱ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଏବଂ ଗିରିରୋଡ଼ ସ୍ଥିତ ସିଏସ୍‌ପିରେ ଦୁଇଟି ଇ-ମୂଲ୍ୟାୟନ କେନ୍ଦ୍ର ହୋଇଛି।  ତେବେ ସମସ୍ୟା ହେଲା ଗତ ୩ ତାରିଖରେ ବାତ୍ୟା ଫନୀ ଯୋଗୁ ୧୩ଟି ଜିଲାରେ ଖାତା ଦେଖା ବନ୍ଦ ହୋଇଯାଇଥିଲା। ହେଲେ ଗଞ୍ଜାମ ଜିଲାରେ କୌଣସି ସମସ୍ୟା ନ ଥିବା ଯୋଗୁ ଖାତାଦେଖା ସ୍ବାଭାବିକ ଭାବେ ଚାଲିଥିଲା ।

ମଙ୍ଗଳବାର(୧୪ତାରିଖ)ରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଖାତା ଦେଖା ଶେଷ ହେବାକୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ବାତ୍ୟା ଯୋଗୁ ଯେଉଁ ଜିଲାଗୁଡ଼ିକରେ ଇ-ମୂଲ୍ୟାୟନ ବନ୍ଦ ହୋଇଛି, ସେଇସବୁ ଜିଲାର କେତେକ ଖାତାକୁ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ମୂଲ୍ୟାୟନ କରିବାକୁ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଇ-ମୂଲ୍ୟାୟନ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଏବଂ ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପିକା ଅଧ୍ୟାପକଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ଘରୋଇ ସଂସ୍ଥା ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା। ଏଣୁ ୧୪ତାରିଖରେ ଇ-ମୂଲ୍ୟାୟନ ଶେଷ ହୋଇଯାଇଥିବା ଭାବି କଲେଜ କର୍ତ୍ତୃପକ୍ଷ ମୂଲ୍ୟାୟନ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ବୁଧବାର(ମେ’ ୧୫ତାରିଖ) ସକାଳ ୮ଟା ପୂର୍ବରୁ ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପିକା ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚତ୍ଥିଲେ। କିନ୍ତୁ କେନ୍ଦ୍ରରେ ତାଲା ଝୁଲୁଥିଲା । ସେମାନେ ଫାଟକ ବାହାରେ ଠିଆ ହୋଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖବର ପାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜୋନ ଉପସଚିବ ଡ. କୁଳମଣି ଓଝା ଏବଂ କଲେଜ ଅଧ୍ୟକ୍ଷ ରଞ୍ଜନ ସ୍ବାଇଁ ପହଞ୍ଚିବା ପରେ ତାଲା ଖୋଲାଯାଇଥିଲା। ପ୍ରାୟ ସାଢ଼େ ୧୦ଟା ବେଳେ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା ।

ଉପସଚିବ ଡ. ଓଝାଙ୍କ କହିବାନୁଯାୟୀ, ଇ-ମୂଲ୍ୟାୟନର ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା କଥା । କିନ୍ତୁ ଯୋଗାଯୋଗ ହୋଇ ନ ଥିବା ଯୋଗୁ କଲେଜ କର୍ତ୍ତୃପକ୍ଷ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ମୁଁ ପହଞ୍ଚିବା ପରେ ତାଲା ଖୋଲାଯାଇଥିଲା । ଖାତାଦେଖା ସ୍ବାଭାବିକ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri