ବିଳମ୍ବିତ ବର୍ଷା, ବଢାଇଛି ଦୁର୍ଦ୍ଦଶା: ସହାୟତା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୧୨।୧୦-ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁ ଖରିଫ ଚାଷରେ ବ୍ୟାପକ କ୍ଷତି ହୋଇଛି। କୃଷି ଋଣ ଶୁଝି ନ ପାରି ଚାଷୀଙ୍କ ମେରୁଦଣ୍ଡ ଦୋହଲିଯାଇଛି। ଏହି ପରିପ୍ରେକ୍ଷୀରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ଲାଗି ଅଖିଳ ଭାରତ କୃଷକ ସଭାର ବାଲେଶ୍ୱର ଜିଲା ପରିଷଦ ପକ୍ଷରୁ ଶୁକ୍ରବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅଖିଳ ଭାରତ କୃଷକ ଜିଲା ସଭାପତି କୈଳାସ ପଣ୍ଡା, ସିପିଆଇ ଜିଲା ସମ୍ପାଦକ ନିରଞ୍ଜନ ବାରିକ, ବରିଷ୍ଠ ସଦସ୍ୟ ଭାଗବତ ପତିହାରୀ, ଗୌରାଙ୍ଗ ପାଣିଗ୍ରାହୀ, ମାୟାଧର ନାୟକ ଓ ଜିତେନ୍‌ ପାତ୍ର ପ୍ରମୁଖ ଜିଲାପାଳ ଓ ଜିଲା ମୁଖ୍ୟ କୃଷି ଅଧିକାରୀ କୈଳାସ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି।
ବାଲେଶ୍ୱର ଜିଲାରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ଭରସାରେ ଚାଷ କରାଯାଇଥାଏ। କେବେ ବିଳମ୍ବିତ ବର୍ଷା ତ କେବେ ବନ୍ୟା ପାଇଁ ଚାଷୀମାନେ ବିଭିନ୍ନ ଫସଲ କ୍ଷତିଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ୨୦୧୨ରେ ସରକାରୀ ଭାବେ ମରୁଡ଼ି ଘୋଷଣା, ୨୦୧୩ରେ ଫାଇଲିନ୍‌ ଦ୍ୱାରା କ୍ଷତି, ୨୦୧୪ରେ ହୁଡ୍‌ହୁଡ୍‌ରେ ଚାଷ ନଷ୍ଟ, ୨୦୧୫ରେ ମରୁଡ଼ି ଘୋଷଣା, ୨୦୧୮ରେ ଗୁଣ୍ଡି ପୋକ ଯୋଗୁ ଚାଷ ନଷ୍ଟ ହୋଇଥିବା ବେଳେ ଚଳିତବର୍ଷ ବିଳମ୍ବିତ ବର୍ଷା ଚାଷୀଙ୍କୁ ସମସ୍ୟାରେ ପକାଇଛି। କୃଷି ଉପରେ ନିର୍ଭର କରି ଚଳୁଥିବା ଜିଲାର ୭୦ଭାଗ ଚାଷୀ ଏବେ ସମ୍ପୂର୍ଣ୍ଣ ବେକାର। ଏହାର ସମାଧାନ ଲାଗି ପରିଷଦ ପକ୍ଷରୁ ଦାବି କରାଯାଇଛି। ଦାବିପତ୍ରରେ ବାହାନଗା, ନୀଳଗିରି, ରେମୁଣା, ସଦର, ବସ୍ତା, ଜଳେଶ୍ୱର, ଭୋଗରାଇ ଓ ସୋର ତହସିଲର ବହୁ ପଞ୍ଚାୟତର ୭୦ରୁ ୮୦ ଭାଗ ଜମି ପଡ଼ିଆ ପଡ଼ିଥିବାରୁ ଜିଲାକୁ ମରୁଡ଼ି ଘୋଷଣା କରିବା, ନୂତନ ନିୟମ ଅନୁଯାୟୀ କୃଷି ବୀମାରେ ଗୋଟିଏ ପଞ୍ଚାୟତକୁ ନେଇ ଗୋଟିଏ ୟୁନିଟ୍‌ ଗଠନ, ରାଜ୍ୟ ସରକାରଙ୍କର ଚାଷ କ୍ଷତି ପାଇଁ ଥିବା ନିୟମ ଇମ୍ପୋର୍ଟ ସବ୍‌ସିଡ଼ି ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ୧୦ବର୍ଷ ଧରି ଲଗାତାର କ୍ଷତିଗ୍ରସ୍ତ ଅଞ୍ଚଳ ଓ ପଞ୍ଚାୟତକୁ ଚିହ୍ନଟ କରି ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କରିବା ଆଦି ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ କୈଳାସ ପରିଡ଼ା କହିଛନ୍ତି, ଆବେଦନପତ୍ର ପାଇଲା ପରେ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷର ପରିସ୍ଥିତି ନିରୀକ୍ଷଣ କରାଯିବ। ଆଇନ୍‌ଗତ ସହାୟତା ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶମୂଳେ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri