ବିଳମ୍ବିତ ବର୍ଷା, ବଢାଇଛି ଦୁର୍ଦ୍ଦଶା: ସହାୟତା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୧୨।୧୦-ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁ ଖରିଫ ଚାଷରେ ବ୍ୟାପକ କ୍ଷତି ହୋଇଛି। କୃଷି ଋଣ ଶୁଝି ନ ପାରି ଚାଷୀଙ୍କ ମେରୁଦଣ୍ଡ ଦୋହଲିଯାଇଛି। ଏହି ପରିପ୍ରେକ୍ଷୀରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ଲାଗି ଅଖିଳ ଭାରତ କୃଷକ ସଭାର ବାଲେଶ୍ୱର ଜିଲା ପରିଷଦ ପକ୍ଷରୁ ଶୁକ୍ରବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅଖିଳ ଭାରତ କୃଷକ ଜିଲା ସଭାପତି କୈଳାସ ପଣ୍ଡା, ସିପିଆଇ ଜିଲା ସମ୍ପାଦକ ନିରଞ୍ଜନ ବାରିକ, ବରିଷ୍ଠ ସଦସ୍ୟ ଭାଗବତ ପତିହାରୀ, ଗୌରାଙ୍ଗ ପାଣିଗ୍ରାହୀ, ମାୟାଧର ନାୟକ ଓ ଜିତେନ୍‌ ପାତ୍ର ପ୍ରମୁଖ ଜିଲାପାଳ ଓ ଜିଲା ମୁଖ୍ୟ କୃଷି ଅଧିକାରୀ କୈଳାସ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି।
ବାଲେଶ୍ୱର ଜିଲାରେ ଜଳସେଚନ ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ଭରସାରେ ଚାଷ କରାଯାଇଥାଏ। କେବେ ବିଳମ୍ବିତ ବର୍ଷା ତ କେବେ ବନ୍ୟା ପାଇଁ ଚାଷୀମାନେ ବିଭିନ୍ନ ଫସଲ କ୍ଷତିଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ୨୦୧୨ରେ ସରକାରୀ ଭାବେ ମରୁଡ଼ି ଘୋଷଣା, ୨୦୧୩ରେ ଫାଇଲିନ୍‌ ଦ୍ୱାରା କ୍ଷତି, ୨୦୧୪ରେ ହୁଡ୍‌ହୁଡ୍‌ରେ ଚାଷ ନଷ୍ଟ, ୨୦୧୫ରେ ମରୁଡ଼ି ଘୋଷଣା, ୨୦୧୮ରେ ଗୁଣ୍ଡି ପୋକ ଯୋଗୁ ଚାଷ ନଷ୍ଟ ହୋଇଥିବା ବେଳେ ଚଳିତବର୍ଷ ବିଳମ୍ବିତ ବର୍ଷା ଚାଷୀଙ୍କୁ ସମସ୍ୟାରେ ପକାଇଛି। କୃଷି ଉପରେ ନିର୍ଭର କରି ଚଳୁଥିବା ଜିଲାର ୭୦ଭାଗ ଚାଷୀ ଏବେ ସମ୍ପୂର୍ଣ୍ଣ ବେକାର। ଏହାର ସମାଧାନ ଲାଗି ପରିଷଦ ପକ୍ଷରୁ ଦାବି କରାଯାଇଛି। ଦାବିପତ୍ରରେ ବାହାନଗା, ନୀଳଗିରି, ରେମୁଣା, ସଦର, ବସ୍ତା, ଜଳେଶ୍ୱର, ଭୋଗରାଇ ଓ ସୋର ତହସିଲର ବହୁ ପଞ୍ଚାୟତର ୭୦ରୁ ୮୦ ଭାଗ ଜମି ପଡ଼ିଆ ପଡ଼ିଥିବାରୁ ଜିଲାକୁ ମରୁଡ଼ି ଘୋଷଣା କରିବା, ନୂତନ ନିୟମ ଅନୁଯାୟୀ କୃଷି ବୀମାରେ ଗୋଟିଏ ପଞ୍ଚାୟତକୁ ନେଇ ଗୋଟିଏ ୟୁନିଟ୍‌ ଗଠନ, ରାଜ୍ୟ ସରକାରଙ୍କର ଚାଷ କ୍ଷତି ପାଇଁ ଥିବା ନିୟମ ଇମ୍ପୋର୍ଟ ସବ୍‌ସିଡ଼ି ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ୧୦ବର୍ଷ ଧରି ଲଗାତାର କ୍ଷତିଗ୍ରସ୍ତ ଅଞ୍ଚଳ ଓ ପଞ୍ଚାୟତକୁ ଚିହ୍ନଟ କରି ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କରିବା ଆଦି ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ କୈଳାସ ପରିଡ଼ା କହିଛନ୍ତି, ଆବେଦନପତ୍ର ପାଇଲା ପରେ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷର ପରିସ୍ଥିତି ନିରୀକ୍ଷଣ କରାଯିବ। ଆଇନ୍‌ଗତ ସହାୟତା ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶମୂଳେ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri