ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା ଏହି ନଦୀ ବର୍ଷାଦିନରେ ମଧ୍ୟ ପାଣି ନାହିଁ। ଏଣୁ ଏଭଳି ଅବସ୍ଥା ଜାରି ରହିଲେ ନଦୀ ଲୁପ୍ତ ହୋଇଯିବ ବୋଲି ବହୁ ବରିଷ୍ଠ ନାଗରିକ ଏଭଳି ମତବ୍ୟକ୍ତ କରୁଛନ୍ତି। ଜିଲାରେ ବ୍ୟାପକ ପ୍ରଦୂଷଣ ଯୋଗୁ ସଙ୍କୁଚିତ ଓ ପୋତି ହୋଇଯାଇଥିବା ବୈତରଣୀ ଏବେ ବର୍ଷାଭାବ ସାଙ୍ଗକୁ କମ୍ପାନୀ ଗୁଡ଼ିକର ପ୍ରଚୁର ଜଳ ଶୋଷଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉପର ମୁଣ୍ଡରେ ବହୁ ପ୍ରତିଷ୍ଠିତ କମ୍ପାନୀ ମାନେ ପାଣି ନେଉଥିବାରୁ ତଳ ମୁଣ୍ଡରେ ଜଳସଙ୍କଟ ଦେଖାଦେଉଛି। ଯଦି ଜଳ ସଂରକ୍ଷଣ କରିବା ସହ ଜଳ ଆବଣ୍ଟନ ବନ୍ଦ ନ କରାଯାଏ ତେବେ ତଳ ମୁଣ୍ଡରେ ନିର୍ମାଣାଧୀନ ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଜଳାଭାବ ଯୋଗୁ ବନ୍ଦ ହୋଇ ଯିବ ବୋଲି ମତ ପ୍ରକାଶ ପାଉଛି।
ପ୍ରକାଶ ଯେ କେନ୍ଦୁଝର ଜିଲାର ଲାଇଫ ଲାଇନ କୁହାଯାଉଥିବା ବୈତରଣୀ ନଦୀ ଯୋଗୁଁ ଓଡିଶାର କେନ୍ଦୁଝର ସମେତ ପଡୋଶୀ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଉପକୃତ ହୋଇଥାନ୍ତି। ଏହାର ପରିପୁଷ୍ଟ ଅଞ୍ଚଳରେ ଥିବା ଶତାଧିକ ଗ୍ରାମର ଲୋକ ମାନେ କୃଷି, ପାନୀୟଜଳ, ମାଛ ଚାଷ ଆଦି କରି ଏଥିରୁ ବଞ୍ଚୁଥିବା ବେଳେ ଏହା ଦ୍ୱାରା ଜଙ୍ଗଲ ଓ ପରିବେଶର ସୁରକ୍ଷା ହେଉଛି। ତେବେ ଗତ କିଛି ବର୍ଷ ହେଲା ଏହି ନଦୀର ଜଳ ସ୍ରୋତ କମିବାକୁ ଲାଗିଥିବାରୁ ଚାଷ ଓ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ କ୍ଷୟ ହେଉଥିବା ମୃତ୍ତିକା ଏବଂ ନଦୀର ଅବବାହିକା ଅଞ୍ଚଳରେ ଥିବା ଖଣିଖାଦାନ, ଶିଳ୍ପର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ପଡୁଥିବାରୁ ପୋତିହୋଇଗଲାଣି ଏବଂ ଜଳ ଜହରରେ ପରିଣତ ହୋଇଯାଇଛି। ଅନ୍ୟପକ୍ଷେ ଜଳ ସଂରକ୍ଷଣ କରିବା ପାଇଁ ୪୦ ବର୍ଷ ତଳେ ପରିକଳ୍ପନା କରାଯାଇଥିବା କାନପୁର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନାହିଁ। କିନ୍ତୁ କମ୍ପାନୀଗୁଡ଼ିକୁ ବହୁ ପରିମାଣରେ ଜଳ ଆବଣ୍ଟନ କରିଦିଆଯାଉଥିବାରୁ ଏହି ପୌରାଣିକ ନଦୀ ଲୁପ୍ତ ହେବାକୁ ବସିଛି। ଏଣୁ ନଦୀର ସୁରକ୍ଷା ପାଇଁ ନଦୀ କୂଳରେ ଥିବା ଖଣି ଓ ଶିଳ୍ପ ଉପରେ କଟକଣା ଲଗାଇବା ସହ ନଦୀ ଜଳକୁ ଆବଣ୍ଟନ ନ କରିବାକୁ ପରିବେଶବିତ ମାନେ ଦାବି କରୁଛନ୍ତି। ପ୍ରକାଶ ଯେ ଜିଲାର ବାର୍ଷିକ ହାରାହରି ବୃଷ୍ଟିପାତ ୧୫୩୫ ମିଲିମିଟର ରହିଥିବା ବେଳେ ଏହି ବର୍ଷା ଜଳର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ ା ଏକ ରିପୋର୍ଟ ଅନୁଯାୟୀ ବୈତରଣୀ ନଦୀକୁ ହାରାହାରି ବାର୍ଷିକ ୭୨୯୬ ନିୟୁତ ଘନମିଟର ଜଳ ପ୍ରବାହ କରୁଥିବା କୁହାଯାଉଛି। ତନ୍ମଧ୍ୟରୁ ୧୨୦୬ ନିୟୁତ ଘନ ମିଟର କୃଷିପାଇଁ ବ୍ୟବହାର କରାଯାଉଥିବା ବେଳେ ୧୯ ନିୟୁତ ଘନମିଟର ପାନୀୟ ଜଳ ଭାବରେ ଓ ୪୩୯ ନିୟୁତ ମିଟର ଶିଳ୍ପ ପାଇଁ ବ୍ୟବହାର ହେଉଛି ବୋଲି ବେସରକାରୀ ଭାବେ କୁହାଯାଉଛି। ଏହାର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ଏବଂ ଏହି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଆବଶ୍ୟକ ବୋଲି ପରିବେଶବିତ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି। ବୈତରଣୀ ଅବବାହିକାରେ ଥିବା ପ୍ରାୟ ୬୧୯୨୦ ଏକର ଅଞ୍ଚଳରେ ଖରିଫ ଓ ରବି ଋତୁରେ ଚାଷ ହୋଇଥାଏ। ଏହା ଦ୍ୱାରା ପ୍ରାୟ ୪ କୋଟି ଲୋକ ଉପକୃତ ହେଉଥିବା ଜଣାପଡିଛି। ଏହି ନଦୀ ଅବବାହିକାରେ ପ୍ରାୟ ୪୫ ଖଣି ଥିବା ବେଳେ ବହୁ ଛୋଟବଡ ଶିଳ୍ପ ରହିଥିବା ବେଳେ ଆବର୍ଜନା ପରିଚାଳନା ହେଉନଥିବାରୁ ଜଷ୍ଟିସ ଶାହା କମିଶନ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri