ବିରୋଧୀ ଦଳ, ଗଣମାଧ୍ୟମ ଚାପରେ ଫେରିଲା ଜଗନ୍ନାଥଙ୍କ ଟଙ୍କା: ସୁର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଫେରିଛି ଘରୋଇ ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା। ଏହି ଉପଲକ୍ଷେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ବିରୋଧୀ ଦଳ ଏବଂ ଗଣମାଧ୍ୟମ ଚାପରେ ଜଗନ୍ନାଥଙ୍କ ଟଙ୍କା ଫେରିଛି। ଏଥିପାଇଁ ସମସ୍ତ ବିରୋଧୀ ଦଳ, ଗଣମାଧ୍ୟମ ଓ ରିଜର୍ଭ ବ୍ୟାଙ୍କକୁ ଧନ୍ୟବାଦ। ବାକି ଥିବା ଟଙ୍କା ତୁରନ୍ତ ଫେରାଯାଉ ବୋଲି ସେ କହିଛନ୍ତି। ଏଥିସହ ଯେଉଁମାନେ ସରକାରୀ ବ୍ୟାଙ୍କରୁ ଟଙ୍କା ଉଠାଇ ୟେସ୍‌ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସୁର କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ମୋଟ ୫୪୫ କୋଟି ଟଙ୍କାରୁ ୩୮୯ କୋଟି ଟଙ୍କା ସୁଧ ସହ ଜମା ହୋଇଛି। ସେହିଭଳି ଆସନ୍ତା ୩୦ ତାରିଖରେ ବାକି ୧୫୬ କୋଟି ଟଙ୍କା ମାଚ୍ୟୁରିଟି ହେଉଛି। ଏହାପରେ ବ୍ୟାଙ୍କ ସମସ୍ତ ଟଙ୍କା ଫେରାଇବ ବୋଲି କହିଛି।