ବିରୋଧୀ ଗୃହର ମଧ୍ୟ ଭାଗକୁ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ବିଧାନସଭା ଗୃହର ମଧ୍ୟଭାଗକୁ ବିରୋଧୀ ଆସିଲେ ଗଣମାଧ୍ୟମ ଦେଖାଇ ପାରିବ ନାହିଁ । ଶୁକ୍ରବାର ଏମିତି ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିଧାନସଭା ଅଫିସର ଗ୍ୟାଲେରି ଖାଲି ପଡିଥିବା ନେଇ କଂଗ୍ରେସ ସଭ୍ୟ ବିରୋଧ କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଶନିବାର ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ବାଚସ୍ପତିମାନଙ୍କର ଏକ ସମ୍ମିଳନୀ ହୋଇଥିଲା। ଗୃହ ପରିଚାଳନା ନେଇ ସେଠାରେ କିଛି ନିଷ୍ପତ୍ତି ନିଆଯାଇଥିଲା। ସେହି ଆଧାରରେ ଏହି ରୁଲିଂ ଦିଆଯାଇଥିବା ବାଚସ୍ପତି କହିଛନ୍ତି। ଏହି ରୁଲିଂକୁ ବାଚସ୍ପତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛନ୍ତି। ଗୃହ ବାହାରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସରକାରୀ ମୁଖ୍ୟ ସଚେତକ ନିଜର ବକ୍ତବ୍ୟ ରଖୁଥିଲେ। ଏହି ଆଲୋଚନା କେବଳ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଉପରେ ସୀମିତ ନ ରହି ବିଭିନ୍ନ ରାଜନୈତିକ ପ୍ରସଙ୍ଗ ମଧ୍ୟ ଉତ୍‌ଥାପନ ହୋଇଥାଏ। ମୁଖ୍ୟ ସଚେତକ ନିଜର ବକ୍ତବ୍ୟ ରଖୁଥିବା ବେଳେ ଅଫିସର ଗ୍ୟାଲେରି ଖାଲିପଡିଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ନ ଥିଲେ। ଏ ଆଲୋଚନା ଏକ ପ୍ରକାର ମୂଲ୍ୟହୀନ ହୋଇଥିଲା। ବିଧାନସଭାର ୪ କାନ୍ଥକୁ ଭାଷଣ ଦେବା ଯାହା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବା ତାହା। କଂଗ୍ରେସ ମୁଖ୍ୟ ସଚେତକ ପଏଣ୍ଟ ଅଫ ଅର୍ଡର ଜରିଆରେ ବାଚସ୍ପତି ଏ ନେଇ ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ବାଚସ୍ପତି ଏଥିପ୍ରତି ଧ୍ୟାନ ନ ଦେଇ ଅନ୍ୟ ବିଷୟକୁ ଯାଉଥିବାରୁ କଂଗ୍ରେସ ଦଳ ପ୍ରତିବାଦ କରିଥିଲା । ଭାଜପା ସଭ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଦୁଃଖର କଥା ଯେ, ଦଳ କରୁଥିବା ପ୍ରତିବାଦ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚତ୍ ପାରିବ ନାହିଁ। ଏଭଳି ନିଷ୍ପତ୍ତି ଇଂରେଜ ଅମଳରେ ମଧ୍ୟ ହେଉଥିବା ଦୃଷ୍ଟାନ୍ତ ନାହିଁ। ଗଣମାଧ୍ୟମ କଣ୍ଠରୋଧ କରିବା ସମ୍ବିଧାନ ଓ ପରମ୍ପରା ବିରୋଧୀ ବୋଲି ନରସିଂହ କହିଛନ୍ତି। ବିରୋଧୀ ଦଳର ଅଧିକାର ସରକାରଙ୍କୁ ପ୍ରଶ୍ନ କରିବ। ଯଦି ସରକାର ଏହାର ଉତ୍ତର ଦେବେ ନାହିଁ ତେବେ ବିରୋଧୀ ଦଳ ବାଧ୍ୟ ହୋଇ ଏହାର ପ୍ରତିବାଦ କରିବ। ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ଉତ୍ତର ଦିଅନ୍ତି ନାହିଁ। ଲିଖିତ ବକ୍ତବ୍ୟ ପଢି ଶୁଣାଇ ଦିଅନ୍ତି। ଲିଖିତ ଉତ୍ତର ପଢି ଶୁଣାଇ ପାରିବେ ନାହିଁ। ବାଚସ୍ପତିଙ୍କ ଅନୁମତି ନେଇ ଏକ ସ୍ବତନ୍ତ୍ର ପରିସ୍ଥିତିରେ ଲିଖିତ ଉତ୍ତର ପଢି ପାରିବେ। ଗୃହ ବାହାରେ କୁହାଯାଉଛି ବିରୋଧୀଙ୍କର ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ। ଗୃହ ଭିତରେ ତାହା ପ୍ରତିଫଳିତ ହେଉ ନାହିଁ। ମନଇଚ୍ଛା ଗୃହକୁ ଚଳାଇବାକୁ ବିରୋଧୀ ଦଳ ବରଦାସ୍ତ କରିବ ନାହିଁ ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri