ବିରୋଧରୁ ଫେରିଗଲା ପ୍ରବାସୀଙ୍କ ବସ୍‌

ଗୋପାଳପୁର,୧୯ା୫- କରୋନା ଭାରତରେ ଭୟଙ୍କର ରୂପେ ଧାରଣ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଅନ୍ୟପଟେ ଗଞ୍ଜାମ ଜିଲାକୁ ବହୁ ପ୍ରବାସୀ ଫେରୁଛନ୍ତି। ଗଞ୍ଜାମ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରବିବାର ରାତିରେ ଏକ ବସ୍‌ରେ ବେଗୁନିଆପଡ଼ା ଅଞ୍ଚଳର ୫୧ ସୁରଟ ଫେରନ୍ତାଙ୍କୁ ନେଇ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼କୁଶସ୍ଥଳୀର ସଙ୍ଗରୋଧ କେନ୍ଦ୍ରକୁ ଯାଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ବ୍ଲକ ପ୍ରଶାସନ ଗ୍ରାମରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ। ବାହାର ଲୋକଙ୍କୁ ଆମ ଗ୍ରାମରେ ନ ରଖିବାକୁ କହିବା ସହ ସେମାନେ ଆସିଥିବା ବସ୍‌କୁ ଛାଡି ନ ଥିଲେ। ଗ୍ରାମବାସୀଙ୍କ ବିରୋଧ ଯୋଗୁ ଆସିଥିବା ପ୍ରବାସୀ ଗ୍ରାମରୁ ଫେରିଯାଇଥିଲେ।ଦୁନିଆ ଓ ତୀର୍ଥଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଗାଲେରି ଫାଣ୍ଡି ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୋଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏ ନେଇ ନଂ.୮୯/୨୦ରେ ମାମଲା ରୁଜୁ ହୋଇଛି।