ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ ଅଧିକ ସମୟ ହାତରେ ରଖି ବାହାରିବାକୁ ପଡ଼େ। ଭାରତର ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ଆଦି ବଡ଼ ସହର ଭଳି ଛୋଟ ଛୋଟ ସହରରେ ବି ଟ୍ରାଫିକ ସମସ୍ୟା ପାଇଁ ଲୋକେ ଅତିଷ୍ଠ ହୋଇପଡ଼ନ୍ତି। ବେଳେବେଳେ ଟ୍ରାଫିକ ଜାମ୍‌ରେ ଫସି ଥିବା ବେଳେ ଅନେକେ ଆକାଶରେ ଉଡ଼ି ଆଗକୁ ଚାଲିଯିବାକୁ ଇଚ୍ଛା କରନ୍ତି। କିନ୍ତୁ ସମସ୍ତେ ଏହି ଇଚ୍ଛା ପୂରଣ କରିପାରୁ ନ ଥିବା ବେଳେ ଇଣ୍ଡୋନେସିଆର ଜୁଜୁନ୍‌ ଜୁନେଦୀ ନାମକ ଜଣେ ବ୍ୟକ୍ତି ଏହାକୁ ସତରେ ପରିଣତ କରିଛନ୍ତି। ଜାକର୍ତ୍ତାଠାରୁ ପ୍ରାୟ ୧୦୦ କିମି ଦୂରରେ ଜୁଜୁନ୍‌ଙ୍କ ଘର। ଟ୍ରାଫିକ୍‌ ଜାମ୍‌ରେ ବାରମ୍ବାର ଫସି ଅତିଷ୍ଠହେବା ପରେ ଜୁଜୁନ୍‌ ନିଜ ଘର ପଛ ପଟ ବାଡ଼ିରେ ଏକ ହେଲିକପ୍ଟର ତିଆରି କରିଛନ୍ତି। ଇଣ୍ଟରନେଟ୍‌ରେ ଭିଡିଓ ଦେଖି ସେ ଏହାକୁ ତିଆରି କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୧,୫୦,୪୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଏ ସମ୍ପର୍କରେ ଜୁଜୁନ୍‌ କୁହନ୍ତି, ଟ୍ରାଫିକ୍‌ ଜାମ୍‌ରେ ବାରମ୍ବାର ଫସିବା ପରେ ନିଜେ ହେଲିକପ୍ଟର ତିଆରି କରିବେ ବୋଲି ଭାବିଥିଲେ। ଏହାକୁ ତିଆରି କରିବାରେ ଜୁଜୁନ୍‌ଙ୍କ ପୁଅ ଓ ପଡୋଶୀ ତାଙ୍କୁ ସହଯୋଗ କରିଥିଲେ। ୨୬ ଫୁଟ୍‌ର ଏହି ହେଲିକପ୍ଟର ତିଆରି କରିବା ପାଇଁ ୧୮ ମାସ ସମୟ ଲାଗିଥିଲା। ଜୁଜୁନ୍‌ଙ୍କ ହେଲିକାପ୍ଟର ପେଟ୍ରୋଲ ସାହାଯ୍ୟରେ ଉଡ଼ିବ। ଏହା ଥରେ ଆକାଶରେ ଉଡ଼ିଗଲା ପରେ ମନକୁ ଶାନ୍ତି ଆସିବ ବୋଲି ଜୁଜୁନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri