ବିମୁଦ୍ରୀକରଣ ଯୋଗୁ ଆସିଛି ମାନ୍ଦାବସ୍ଥା: ଆର୍‌ବିଆଇ

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରୀକରଣ ଯୋଗୁ ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପଦକ୍ଷେପ ଯୋଗୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିବା ବିଶେଷଜ୍ଞମାନେ କହି ଆସୁଛନ୍ତି। ବିଳମ୍ବରେ ହେଲେ ମଧ୍ୟ ସେମାନଙ୍କ ମତକୁ ରିଜର୍ଭ ବ୍ୟାଙ୍କ ସମର୍ଥନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟ ମୁତାବକ, ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ ଲାଗି ଋଣ ପ୍ରଦାନ ନିମ୍ନଗାମୀ ହେବା ସହ ନିରନ୍ତର ହ୍ରାସ ପାଇ ଚାଲିଛି। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କଗୁଡିକ ପକ୍ଷରୁ କଞ୍ଜ୍ୟୁମର ଗୁଡ୍‌ସ ବାବଦକୁ ରେକର୍ଡ ୨୦,୭୯୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଗତ ୬ ବର୍ଷ ଧରି ଏଥିରେ ଲଗାତର ଅଭିବୃଦ୍ଧି ରହିଥିଲା। ମାତ୍ର ବିମୁଦ୍ରୀକରଣ ପରେ ଏହା ପ୍ରାୟ ୭୩% ହ୍ରାସ ଘଟି ବର୍ତ୍ତମାନ ୫,୬୨୩ କୋଟିକୁ ଖସି ଆସିଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ୫.୨% ଏବଂ ୨୦୧୮-୧୯ରେ ଏହା ୬୮% ଖସିଛି। ଚଳିତ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କଞ୍ଜ୍ୟୁମର ଡ୍ୟୁରେବୁଲ କ୍ଷେତ୍ରକୁ ଋଣରେ ୧୦.୭% ହ୍ରାସ ଘଟିଛି।

ସେହିଭଳି ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡିକର କାରବାର ବିମୁଦ୍ରୀକରଣ ପରେ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ଚତୁର୍ଦ୍ଦଶ ଅର୍ଥ କମିଶନ ସଦସ୍ୟ ଗୋବିନ୍ଦ ରାଓ କହିଛନ୍ତି, ମାନ୍ଦାବସ୍ଥା ଲୋକଙ୍କ ଆୟ ସହ ସାମଞ୍ଜସ୍ୟ ରଖିଛି। ବିମୁଦ୍ରୀକରଣ ପରେ କଞ୍ଜ୍ୟୁମର ଗୁଡ୍‌ସ କ୍ଷେତ୍ରକୁ ଋଣରେ ହ୍ରାସ, ନଗଦ ଅଭାବ ଯୋଗୁ ଏମ୍‌ଏସ୍‌ଏମ୍‌ଇଗୁଡିକ ସମସ୍ୟା ଭୋଗିବାରୁ ବନ୍ଦ ହେବା, କର୍ମଚାରୀଙ୍କ ମଧ୍ୟରେ ଅର୍ଥାଭାବ, କମ୍ପାନୀଗୁଡିକର ଷ୍ଟକ ଶେଷ ନ ହେବା, ଲୋକଙ୍କ ଆୟ ହ୍ରାସ, ବେକାରି ହାର ବୃଦ୍ଧି ମାନ୍ଦାବସ୍ଥାକୁ ଡାକି ଆଣିଛି ବୋଲି ରାଓ କହିଛନ୍ତି। ଏପରି ସ୍ଥିତିରେ ଏମ୍‌ଏସ୍‌ଏମ୍‌ଇଗୁଡିକର ସ୍ଥିତି କ’ଣ ରହିଛି ସେ ସମ୍ପର୍କରେ ସରକାର କୌଣସି ସର୍ଭେ କରାଇ ନାହାନ୍ତି। ଏଣୁ ପ୍ରକୃତ ସ୍ଥିତି କିଭଳି ରହିଛି ତାର ତଥ୍ୟ ଜଣାପଡୁନାହିଁ। ଏହାବାଦ ଶିଳ୍ପ କ୍ଷେତ୍ରକୁ ଋଣ ପରିମାଣ ବର୍ତ୍ତମାନ ସୁଦ୍ଧା ୩% ହ୍ରାସ ଘଟିଛି। ଏହା ସେବା କ୍ଷେତ୍ରରେ ୪.୩% ରହିଛି। ସେହିଭଳି ଜାହାଜ ଚଳାଚଳ କ୍ଷେତ୍ରରେ ଏହା ସର୍ବନିମ୍ନ ୨୪.୧% କମିଛି। ଏହାବାଦ ହାଉସିଂ ଋଣ ୩.୪% ବଢିବାରୁ ମୋଟ ହାଉସହୋଲ୍ଡ ଋଣ ପରିମାଣ ୨.୫% ବଢିଥିବା ଆର୍‌ବିଆଇ ପକ୍ଷରୁ ତଥ୍ୟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri