ବିମାନ, ଟ୍ରେନ୍‌ରୁ ଏକାଥରକେ ଓହ୍ଲାଇବେନି ଯାତ୍ରୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରେଳ ବା ବିମାନ ଯୋଗେ ଫେରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ବିମାନ ବନ୍ଦରରେ ୨ଟି ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ୭ଟି ପଞ୍ଜୀକରଣ କାଉଣ୍ଟର କରାଯାଇଛି। ସେମାନେ ଏକାଥରକେ ଓହ୍ଲାଇବେ ନାହିଁ। ଥରକେ ବିମାନରୁ ୨୦ଜଣ ଲେଖାଏ ଯାତ୍ରୀ ଓହ୍ଲାଇବା ସହ ଭାଗ ଭାଗ ହୋଇ ଦୁଇଟି କାଉଣ୍ଟରରେ ନାମ ପଞ୍ଜୀକରଣ କରିବେ। ସେହିପରି ରେଳ ଷ୍ଟେଶନରେ ୩ବଗି ପାଇଁ ଗୋଟିଏ ପଞ୍ଜୀକରଣ କାଉଣ୍ଟର କାମ କରିବ। ଯାତ୍ରୀମାନେ ପର୍ଯ୍ୟାୟକ୍ରମେ ଓହ୍ଲାଇ ପଞ୍ଜୀକରଣ କେନ୍ଦ୍ରକୁ ଆସି ନାମ ପଞ୍ଜୀକରଣ କରିବେ। ସବୁଠି ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। କରୋନା ଲକ୍ଷଣ ଦେଖାଦେଲେ ତାଙ୍କୁ ସିଧା କୋଭିଡ୍‌ ହସ୍ପିଟାଲକୁ ପଠାଇ ଦିଆଯିବ ବୋଲି ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି।
ଗୁରୁବାର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ଫେରନ୍ତାଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚବେଳେ ଚୌଧାରୀ କହିଲେ, ବିମାନଯାତ୍ରୀଙ୍କ ତଥ୍ୟ ସମ୍ପୃକ୍ତ ଜିଲା ଓ ପରିବାର ଲୋକଙ୍କୁ ଜଣାଇ ଦିଆଯିବ। ସେମାନଙ୍କ ସ୍କ୍ରିନିଂ ପରେ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯିବ। ଯାତ୍ରୀଙ୍କୁ ମୁଖ୍ୟତଃ ନିଜ ଗାଡ଼ିରେ ଯିବାକୁ ଅନୁମତି ଦିଆଯାଇଛି। ନିଜ ଗାଡ଼ି ନ ଥିଲେ ସେମାନଙ୍କ ପାଇଁ କିଛି ସୀମିତ କ୍ୟାବ୍‌ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଓ କଟକର ବିମାନଯାତ୍ରୀ ଚାହିଁଲେ ମୋ ବସ୍‌ରେ ଯାଇପାରିବେ। କେଉଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଚାହୁଁଛନ୍ତି ସେସମ୍ପର୍କରେ ତଥ୍ୟ ଦେବେ। କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗିଲେ ଏପିଡେମିକ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ। ଦେହ ଖରାପ ହେଲେ ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ଭଙ୍ଗ ନ କରି ୧୦୪କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆସୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ ଓ ସମାନ ବ୍ୟବସ୍ଥା ରହିଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ଭୁବନେଶ୍ୱରରେ ଯାତ୍ରୀ ଓହ୍ଲାଇବାବେଳେ ଷ୍ଟେଶନ ସିଲ୍‌ ହେବ। ଷ୍ଟେଶନରୁ ବାହାରିବା ପରେ ବାଟରେ କେଉଁଠି ନ ଅଟକି ସିଧା ହୋମ୍‌ କିମ୍ବା ଅନ୍ୟ କ୍ୱାରାଣ୍ଟାଇନ୍‌ରେ ରହିବେ। ପ୍ରବାସୀ ଯାତ୍ରୀମାନେ ସେମାନଙ୍କ ବୈଧ ଟ୍ରେନ୍‌ ଟିକେଟ୍‌କୁ ପାସ୍‌ ଭାବେ ବ୍ୟବହାର କରିପାରିବେ। ଅନ୍ୟପକ୍ଷରେ ଏଠାରୁ ଯାଉଥିବା ଲୋକେ ମଧ୍ୟ ପ୍ଲାଟଫର୍ମରେ ପ୍ରବେଶବେଳେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ଷ୍ଟେଶନ ଭିତରକୁ କେବଳ ଟିକେଟ୍‌ଧାରୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ଡେପୁଟି କମିଶନର ସାହୁ କହିଛନ୍ତି।
ଯାଞ୍ଚବେଳେ ରାଜ୍ୟ ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ, ଭୁବନେଶ୍ୱର ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ କମିଶନର ଷଡ଼ଙ୍ଗୀ ଟୁଇଟ୍‌ କରି କହିଛନ୍ତି, ବିମାନ ଓ ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ନେବା ପାଇଁ ଏକାଧିକ ପରିଜନ ଆସନ୍ତୁ ନାହିଁ। ସେମାନେ ଫେରିବା ସମୟରେ ଭିଡ଼କୁ ଏଡାଇବା ପାଇଁ କାରରେ ଆସନ୍ତୁ। ସେମାନଙ୍କ ପାଇଁ ପ୍ଲାଟଫର୍ମ କିମ୍ବା ବିମାନ ବନ୍ଦର ପାସ୍‌ ଦରକାର ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri