ବିମାନ ଚଳାଚଳ କ୍ଷେତ୍ରର ୨୦ ଲକ୍ଷ ଚାକିରି ବିପଦରେ

ନୂଆଦିଲ୍ଲୀ,୧୬ା୪: ଭାରତର ବିମାନ ଚଳାଚଳ କ୍ଷେତ୍ର ଏବଂ ସ୍ବାଧୀନ କ୍ଷେତ୍ରଗୁଡିକରେ ୨୦ ଲକ୍ଷ ଚାକିରି ଏବେ ବିପଦରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ ହେବାରୁ ଏଭଳି ବିପଦ ଆସିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ( ଆଇଏଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଏବେ ସାରା ଦେଶରେ ବିମାନ ସେବା ମେ ୩ ତାରିଖ ଯାଏ ବନ୍ଦ ରହିଛି। ବର୍ତ୍ତମାନ ବାଣିଜ୍ୟ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ ହେବା ଯୋଗୁ ବିମାନ କମ୍ପାନୀଗୁଡିକ ପରିଚାଳନାରେ ବିଭିନ୍ନ ଅସୁବିଧା ସାମ୍ନା କରୁଛନ୍ତି। ଏବେ ବିମାନ ଚଳାଚଳ କ୍ଷେତ୍ରରେ କିଛି କମ୍ପାନୀ ଛଟେଇ ଆରମ୍ଭ କରିଥିବା ବେଳେ ଅନ୍ୟ କିଛି କମ୍ପାନୀ ବେତନ ହ୍ରାସ କରିବା ସହ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇଛନ୍ତି।
କୋଭିଡ-୧୯ ଯୋଗୁ ସାରା ବିଶ୍ୱରେ ବିମାନ କମ୍ପାନୀଙ୍କ ସାମ୍ନାରେ ଏବେ ପରିଚାଳନା ଚାଲୁ ରଖିବା ଏବଂ ଅସ୍ତିତ୍ୱ ବଜାୟ ରଖିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ବିଭିନ୍ନ ସମସ୍ୟା ଲାଗି ବିମାନ ଶିଳ୍ପରେ ଯାତ୍ରୀ ରାଜସ୍ବ ୮.୮ ବିଲିୟନ ଡଲାର କ୍ଷତି ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ବିମାନ ଯାତ୍ରା ସୁବିଧା ୩୬% ଖସିଛି। ବିମାନ ଶିଳ୍ପ ଏବଂ ଅନ୍ୟ ସ୍ବାଧୀନ କ୍ଷେତ୍ରରେ ୨ ନିୟୁତ ନିଯୁକ୍ତି ଏବେ ସଙ୍କଟ ସ୍ଥିତିକୁ ଚାଲି ଯାଇଛି ବୋଲି ଆଇଏଟିଏର ଏସିଆ ପ୍ରଶାନ୍ତ ମହାସାଗରୀୟ କର୍ପୋରେଟ ବ୍ୟାପାର ସହକାରୀ ନିର୍ଦ୍ଦେଶକ ଏ.ଜୋଏଙ୍ଗ କହିଛନ୍ତି।
ବିମାନ କମ୍ପାନୀଗୁଡିକର ପରିଚାଳନାରେ ଯେଭଳି କୌଣସି ଅସୁବିଧା ନ ହୁଏ ସେ ପ୍ରସଙ୍ଗକୁ ଭାରତ ସରକାର ଧ୍ୟାନରେ ରଖିବାର ଆବଶ୍ୟକତା ରହିଛି । ଭାରତ ସରକାର ଆର୍ଥତ୍କ ସହାୟତା, ଋଣ ଯୋଗାଣ ଏବଂ ଋଣ ଗ୍ୟାରେଣ୍ଟି ଭଳି ପଦକ୍ଷେପ ନିଅନ୍ତୁ ବୋଲି ଜୋଏଙ୍ଗ ମତ ଦେଇଛନ୍ତି। କୋଭିଡ-୧୯ଲାଗି ସାରା ବିଶ୍ୱରେ ବିମାନଶିଳ୍ପକୁ ୩୧୪ ବିଲିୟନ ଡଲାରର କ୍ଷତି ସହିବାକୁ ପଡିବ। ଏହାବାଦ ଯାତ୍ରୀ ଚାହିଦା ୪୮% ଖସିବ ବୋଲି ସେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri