ବିଭିନ୍ନ ସହରରେ ଅଗ୍ନିଶମ ବିଭାଗର ଚଢ଼ାଉ: କୋଚିଂ ସେଣ୍ଟରଗୁଡ଼ିକରେ ବିପଜ୍ଜନକ ସ୍ଥିତି, ଏଷ୍ଟିଂଗୁଇସର ଝୁଲାରେ ସୀମିତ ରହିଛି ଆଇନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)-ଗୁଜରାଟର ସୁରଟରେ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ପରେ ଏବେ ଓଡ଼ିଶା ଅଗ୍ନିଶମ ବିଭାଗ ତତ୍ପର ହୋଇଉଠିଛି। ଗୃହ ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଚଢାଉ ଆରମ୍ଭ ହୋଇଛି। ଶନିବାର ରାଉରକେଲାରେ ୧୩ଟି, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ୧୦ଟି ଲେଖାଏ କୋଚିଂ ସେଣ୍ଟରରେ ଚଢାଉ କରାଯାଇ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଥିଲା। ହେଲେ କୌଣସି କୋଚିଂ ସେଣ୍ଟରରେ ସମ୍ପୂର୍ଣ୍ଣ ଆଗ୍ନି ନିରୋଧକ ଓ ନିରାପତ୍ତା ବ୍ୟବସ୍ଥା ନ ଥିଲା। ସବୁଠି ବିପଜ୍ଜନକ ସ୍ଥିତି ଦେଖିବାକୁ ମିଳିଥିଲା।

ଅଧିକାଂଶ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବାବେଳେ କେତେକ ହାତଗଣତି ପ୍ରତିଷ୍ଠାନରେ ଫାୟାର ଏଷ୍ଟିଂଗୁଇସର କେବଳ କାନ୍ଥରେ ଝୁଲାଇ ରଖାଯାଇଥିଲା। ତାହାର ବ୍ୟବହାର ବି କାହାକୁ ଜଣା ନ ଥିଲା। ଏପରି କି ଅନେକ କୋଚିଂ ସେଣ୍ଟରରେ ଥିବା ବିଦ୍ୟୁତ୍‌ ମେନ୍‌ ସୁଇଚ୍‌ ନିକଟରେ କାଗଜ, କାଟୁନ, କାଠ ଓ ପ୍ଲାଷ୍ଟିକ୍‌ ଆଦି ଦହନଶୀଳ ପ୍ରଦାର୍ଥ ଜମା ହୋଇ ରହିଥିଲା। ସେହିପରି ଛାତ ଉପରେ ପାଣି ଟାଙ୍କି ରଖିବା, ବାଲି ଭର୍ତ୍ତି ବାଲ୍‌ତି ରଖିବା, କୋଚିଂ ସେଣ୍ଟର ଚାରିପଟେ ଅଗ୍ନିଶମ ଗାଡି ଯିବା ପାଇଁ ସ୍ଥାନ ଛାଡିବା, ଘରର ମୁଖ୍ୟ ଦ୍ୱାରକୁ ବଡ଼ ରଖିବା ଓ ଜରୁରୀ କାଳୀନ ବାଟ ସଂକ୍ରାନ୍ତରେ ସୂଚନା ଫଳକ ଲଗାଇବାର ନିୟମ ରହିଛି। କିନ୍ତୁ ଏକାଧିକ କୋଚିଂ ସେଣ୍ଟରର ଏସବୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ସବୁଠୁ ବଡ଼କଥା ହେଲା ଅନେକ କୋଚିଂ ସେଣ୍ଟରରେ ଫାୟାର ଆଲାର୍ମ ନ ଥିବା ଦେଖିବାକୁ ମିଳିଥିଲା। ସେହିପରି ବହୁ ସ୍ଥାନରେ ଶିଡି, ଅଗଣା ଓ ଯିବାଆସିବା ରାସ୍ତା ଅବରୋଧ ଅବସ୍ଥାରେ ରହିଥିଲା। ଅଗ୍ନି ନିରାପତ୍ତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଉତ୍ତମ ଗୃହ ପରିଚାଳନା ଯାଞ୍ଚ ସମୟରେ ଦେଖିବାକୁ ମିଳି ନ ଥିଲା। ଏପରିସ୍ଥଳେ ବିଦ୍ୟୁତ୍‌ ଶର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଲେ କୋଚିଂ ସେଣ୍ଟର ଓ ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବା ଅଗ୍ନିଶମ ଅଧିକାରୀ ଓ କର୍ମଚାରୀମାନେ ଅନୁଭବ କରିଥିଲେ। ତେଣୁ ପ୍ରାଥମିକତା ଦୃଷ୍ଟିରୁ ସେମାନେ କୋଚିଂ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରୀଛାତ୍ରଙ୍କୁ ନିଅଁା ଲିଭାଇବା କୌଶଳ ଶିଖାଇଥିଲେ। ଏପରି କି ଉଚ୍ଚ ଅଟ୍ଟାଳିକାରେ ପାଠପଢା ଚାଲିଥିବାବେଳେ ନିଅଁା ଲାଗିଲେ କିଭଳି ନିଜ ଜୀବନ ବଞ୍ଚାଇବା ସହ ଅନ୍ୟର ଜୀବନ ବଞ୍ଚାଇ ହେବ ସେନେଇ ମଧ୍ୟ କେତେକ ସ୍ଥାନରେ ମକ୍‌ଡ୍ରିଲ୍‌ ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା।

ଏନେଇ ଅଗ୍ନିଶମ ଡିଜି ବି.କେ ଶର୍ମା କୁହନ୍ତି, ଯେଉଁସବୁ କୋଚିଂ ସେଣ୍ଟରରେ ଅଗ୍ନି ନିରାପିତ୍ତା ବ୍ୟବସ୍ଥା ନାହିଁ ଉକ୍ତ ସେଣ୍ଟରଗୁଡିକୁ ନୋଟିସ କରାଯିବ। ସେମାନଙ୍କୁ ୩ ସପ୍ତାହ ସମୟ ଦିଆଯିବ। ନିର୍ଦ୍ଧାରିତ ସମୟ ପରେ ପୁଣି ଉକ୍ତ କୋଚିଂ ସେଣ୍ଟରରେ ଚଢାଉ କରାଯାଇ ପୁନର୍ବାର ଯାଞ୍ଚ କରାଯିବ। ନିୟମ ପାଳନ କରାଯାଇ ନ ଥିଲେ ଊକ୍ତ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ବିଭିନ୍ନ ସହରରେ ଥିବା କୋଚିଂ ସେଣ୍ଟରଗୁଡିକରେ ଚଢ଼ାଉ କରାଯାଇ ଯାଞ୍ଚ କରାଯିବ ବୋଲି ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଭୁବନେଶ୍ୱରରେ ୧୫ଟି କୋଚିଂ ସେଣ୍ଟର ଓ କଟକରେ ୯ଟି କୋଚିଂ ସେଣ୍ଟର ଯାଞ୍ଚ କରାଯାଇଥିଲା। ଏକାଧିକ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଦେଖିବା ପରେ ଏଥିପାଇଁ ୩ ସପ୍ତାହ ସମୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri