ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ କରାଯାଇଛି ା ଖଇରାସ୍ଥିତ ପ୍ରତିଭା ପରିବାର ଓ ଖଇରା ସାହିତ୍ୟ ସଂସଦ ତରଫରୁ ପ୍ରଫେସର ଉମେଶ ନାୟକ, ବୁଦ୍ଧିରାମ ପାଣିଗ୍ରାହୀ, ସଞ୍ଜୟ ଭଟ୍ଟରାୟ, ଚିନ୍ତାମଣି ସାହାଣି, ପ୍ରଶାନ୍ତ ଦାସ, ସୁଜାତା ମିଶ୍ର, ହରେକୃଷ୍ଣ ରାଉତ ପ୍ରମୁଖ ୨୫ହଜାର ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଥିଲେ। ଖଇରା ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରମୁଖ କର୍ମକର୍ତ୍ତା ଅଜୟ କୁମାର ବେହେରା, ପ୍ରହଲ୍ଲାଦ ଧର, ଗୋଲକ ଜେନା, ନିର୍ମଳ ଦାସ ପ୍ରମୁଖ ୮ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ା ସେହିଭଳି ଖଇରା ଆଖଣ୍ଡଳେଶ୍ୱର ଗୀତାଯଜ୍ଞ କମିଟି ଆବାହକ କୃଷ୍ଣଚନ୍ଦ୍ର ପତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ହଜାର ଟଙ୍କା ପ୍ରଦାନ କରାଯାଇଛି ା କମିଟି ସଭ୍ୟ ସନ୍ତୋଷ କୁମାର ଶତପଥି, ମିହିର କୁମାର ନାୟକ, ଯୋଗେଶ ଶତପଥି, ଆନନ୍ଦ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା