ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ

ଭବାନୀପାଟଣା,୧୩।୨(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷକ ସଂଘ ହରିପୁର ରୋଡ୍‌ ୧ ନଂ. ଶାଖା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବୁଧବାର ଭେଟି ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ଆର୍‌ଏସିପି, ଗ୍ରେଡପେ, ୨୦ ବର୍ଷ ସେବା ପରେ ୨ ହଜାର ୮୦୦ଟଙ୍କା ପରିବର୍ତ୍ତେ ତୁରନ୍ତ ୪ ହଜାର ୨୦୦ ଟଙ୍କା ପ୍ରଦାନ ଆଦି ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋଜ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, ଅମରେନ୍ଦ୍ର ପଟ୍ଟନାୟକ, ଦୀପକ ଦାସ, ଶିବ ଦାସ, ବୀରେନ୍ଦ୍ର କୁମାର ବାଗ, ଜଗଦୀଶ ପାଣି, ପ୍ରେମଚାନ୍ଦ ମାହାପାତ୍ର, ପ୍ରମୋଦ ବିଶି, ଶ୍ରୀନିବାସ ଆଚାରୀ, ସୋମେଶ୍ୱର ମିଶ୍ର, ବିଶିଷ୍ଠ ଭୋଇ, ପୂର୍ଣ୍ଣଶଶି ମହାନ୍ତି, ଶଶିଧର ନାଏକ, ଅଭି ସାହୁ, ଆନନ୍ଦିନୀ ପାତ୍ର, ସଂଯୁକ୍ତ ବେହେରା, ଗୀତା ଶୁକ୍ଳା, ବେଣୁଧର ବିଶ୍ୱାଳ, ମନୋଜ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।